Masthead

ଭୋଟ ଗ୍ରହଣ ବେଳେ ବୁଥ ଭିତରକୁ କଟାମୁଣ୍ଡ ପକାଇଲା ଦୁର୍ବୁତ୍ତ

(ବଡ଼ ଖବର ବ୍ୟୁରୋ): ରବିବାର ମେକ୍ସିକୋ ସୀମାନ୍ତବର୍ତ୍ତୀ ତିଜୁଆନା ସହର ନିକଟ ତେରାଜାସ୍ ଡେଲ୍‌ ଭାଲେରେ ‘ମିଡଟର୍ମ ଇଲେକ୍ସନ୍‌’ ପାଇଁ ଚାଲିଥିଲା ଭୋଟ ଗ୍ରହଣ । ତେବେ ଏହି ସମୟରେ ଜଣେ ବ୍ୟକ୍ତି ‌ବୁଥ୍‌ ଭିତରକୁ କଟାମୁଣ୍ଡ ଫିଙ୍ଗିଥିବା ଜଣାପଡ଼ିଛି । ଏନେେଇ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । କେବଳ ସେତିକି ନୁହେଁ ନିକଟବର୍ତ୍ତୀ ଅଞ୍ଚଳରୁ ମାନବ ଅଙ୍ଗପ୍ରତ୍ୟଙ୍ଗ ଓ କଟା ହାତ ଭରା ଏକ ପ୍ଲାଷ୍ଟିକ୍‌ ବସ୍ତା ମଧ୍ୟ ମିଳିଥିବା ସେମାନେ କହିଛନ୍ତି। ତେବେ କଟାମୁଣ୍ଡଟିକୁ ଫିଙ୍ଗି ଦେଇ ଲୋକଟି ପଳାଇଯାଇଛି । ତେବେ ସେହି ଲୋକଟି ଧରା ପଡ଼ିଛି କି ନା ଏନେଇ କୌଣସି ତଥ୍ୟ ଦେଇନାହାନ୍ତି କର୍ତ୍ତୁପକ୍ଷ । ସେହିପରି ଏହି ଘଟଣା ନିର୍ବାଚନ ହିଂସା କି ନା ସେକଥା ମଧ୍ୟ କହିନାହାନ୍ତି କର୍ତ୍ତୁପକ୍ଷ । ସାଂସଦ ଏବଂ ରାଜ୍ୟ କର୍ତ୍ତୃପକ୍ଷ ନିର୍ବାଚନ ନିମନ୍ତେ ଚଳିତ ମେକ୍ସିକୋ ନିର୍ବାଚନ ପ୍ରଚାର ଅଭିଯାନରେ ଏହା ହେଉଛି ଅନ୍ୟତମ ରକ୍ତରଞ୍ଜିତ ଅଧ୍ୟାୟ।

ନିରାପତ୍ତା ପରାମର୍ଶଦାତା ‘ଇଟେଲେକ୍ଟ’ କହିଛି ଯେ, ଏହି ପ୍ରଚାର ଅଭିଯାନରେ ୯୭ଜଣ ରାଜନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ୯୩୫ଜଣ ଆକ୍ରମଣର ଶିକାର ହୋଇଛନ୍ତି। ୨୦୧୭-୨୦୧୮ ନିର୍ବାଚନ ତୁଳନାରେ ଏଥର ନିର୍ବାଚନୀ ଆକ୍ରମଣ ୧୭.୫% ବୃଦ୍ଧି ପାଇଛି। ପୌର ନିର୍ବାଚନସ୍ତରରେ ଅଧିକାଂଶ ହିଂସାକାଣ୍ଡ ହେଉଥିବା କଥା ମଧ୍ୟ ଜଣାପଡ଼ିଛି । ଚଳିତ ମେକ୍ସିକୋ ନିର୍ବାଚନରେ ନିମ୍ନ ସଦନର ୫୦୦ ଆସନ, ୧୫ଟି ପ୍ରଦେଶ ପାଇଁ ରାଜ୍ୟପାଳ ଏବଂ ହଜାର ହଜାର ସଂଖ୍ୟକ ଆଞ୍ଚଳିକ ନେତା ଚୟନ ଲାଗି ଭୋଟ୍ ଗ୍ରହଣ ଚାଲିଛି। ୯୩.୫ ନିୟୁତ ମେକ୍ସିକୋବାସୀ ଏହି ଭୋଟ୍‌ ପ୍ରକ୍ରିୟାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ