Before Header

ସ୍କୁଲ ବସ୍ ଓ କାର ଧକ୍କା, ୬ ମୃତ

0 155

ଗାଜିଆବାଦ (ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଜିଆବାଦରେ ଦିଲ୍ଲୀ ଓ ମେରଠ ଏକ୍ସପ୍ରେସରେ ଠାରେ ଏହି ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ମୁତାବକ, ଦିଲ୍ଲୀ ମେରଠ ଏକ୍ସପ୍ରେସରେ କ୍ରସିଙ୍ଗ ଥାନା ଅଞ୍ଚଳରେ ଏପରି ଦୁର୍ଘଟଣା ଘଟିଛି । ସ୍କୁଲ ବସଟି ଦ୍ରୁତ ଗତିରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.