Before Header

ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ

0 44

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ । ସମସ୍ତ କର୍ମଚାରୀଙ୍କ ଫୋନ ଜବତ । ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପରେ ଏବେ ଦିଲ୍ଲୀ ସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ କରିଛି । ଆୟକର ବିଭାଗ ଦିଲ୍ଲୀ ବିବିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ସେମାନଙ୍କୁ କାର୍ଯ୍ୟାଳୟ ଛାଡି ଘରକୁ ଫେରିଯିବାକୁ କୁହାଯାଇଛି । ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଟିଏମସି ସାଂସଦ ମହୁଆ ମୋଇତ୍ରୀ ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢାଉ ସଂପର୍କରେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.