Masthead

୮ ୱିକେଟରେ ଭାରତର ଦମଦାର ବିଜୟ

ଜୋହାନ୍ସବର୍ଗ(ବଡ଼ ଖବର ବ୍ୟୁରୋ): ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ । ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା ଭାରତ । ଜୋହାନ୍ସବର୍ଗରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୬ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ୱିକେଟ ହରାଇ ମ୍ୟାଚ ଜିତିଥିଲା। ବ୍ୟାଟିଂର ଚମକ ଦେଖାଇଲେ ସାଇ ସୁଦର୍ଶନ । ଅପରାଜିତ ୫୫ ରନ ସ୍କୋର କରିଥିଲେ।

ସେ ୪୩ ବଲରେ ସମ୍ମୁଖୀନ ହୋଇଥିଲେ ଏବଂ ୯ ଚୌକା ମାରିଥିଲେ। ଶ୍ରେୟାସ ଆୟର ୪୫ ବଲରେ ୫୨ ରନ ସଂଗ୍ରହ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୧୦ ଓଭରରେ ୩୭ ରନ ପାଇଁ ଅର୍ଶଦୀପ ୫ ୱିକେଟରେ ନେଇଥିଲେ। ଆବେସ ଖାନ ୮ ଓଭରରେ ୨୭ ରନ ପାଇଁ ୪ ଉଇକେଟ ନେଇଥିଲେ। କୁଲଦୀପ ଯାଦବ ମଧ୍ୟ ଗୋଟିଏ ସଫଳତା ପାଇଥିଲେ। ଭାରତକୁ ଶୃଙ୍ଖଳାରେ ୧-୦ ଆଗୁଆ ଥିବାବେଳେ। ସେପଟେ ମେଡେନ୍ ଅନ୍ତର୍ଜାତୀୟ ୫ ୱିକେଟ୍ ସଫଳତା ହାସଲ କରିଥିବା ଅର୍ଶଦୀପ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ