Masthead

ଐତିହ୍ୟ ସୁରକ୍ଷା ନେଇ ପଦ୍ମଶ୍ରୀ ସୁଦର୍ଶନଙ୍କ ଚିନ୍ତା

ପୁରୀ (ବଡ଼ ଖବର ବ୍ୟୁରୋ): ନଷ୍ଟ ହେଉଛି ପୁରୀର ଐତିହ୍ୟ କୀର୍ତ୍ତିରାଜି । ମଠ, ମନ୍ଦିରର ମୌଳିକତାକୁ କରାଯାଉଛି ନଷ୍ଟଭ୍ରଷ୍ଟ । ଐତିହ୍ୟ ସୁରକ୍ଷା ନେଇ ପଦ୍ମଶ୍ରୀ ସୁଦର୍ଶନଙ୍କ ଚିନ୍ତା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ । ଐତିହାସିକ ମଠ, ମନ୍ଦିରରର ମୌଳିକ କାମ ହେଉଛି କ୍ଷତିଗ୍ରସ୍ତ । ଶ୍ରୀମନ୍ଦିର ଚାରିପଟ ଐତିହ୍ୟ କୀର୍ତ୍ତିରାଜିକୁ କରାଯାଉଛି ନଷ୍ଟ ।

କଳିଙ୍ଗ କଳା ଓ ସ୍ଥାପତ୍ୟ ପାଇଁ ଓଡ଼ିଶା ସମଗ୍ର ବିଶ୍ୱରେ ପରିଚିତ । କିନ୍ତୁ ମୂଳ କଳାକୁ ଭାଙ୍ଗି ସାଧା ଖଣ୍ଡା ଲାଇଟ ପଥର ଲଗାଇ ଦିଆଯାଉଛି । ଏଗୁଡିକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅଛନ୍ତି ସୁଦର୍ଶନ । ତେବେ ଜାନୁଆରୀ ୧୭ରେ ଏହି ପ୍ରକଳ୍ପର ଉଦଘାଟନ ହେବ । ଏବଂ ଏହାରି ପୂର୍ବରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଯେତେବେଳେ ଐତିହ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ ଓ ଏହାର ସୁରକ୍ଷା କଥା କୁହାଯାଉଛି ସେଠି ଏଭଳି ତରବରିଆ ଭାବେ କଳାକୃତି ସମ୍ପର୍ଣ୍ଣ ତଥା କୀର୍ତ୍ତିରାଜି ବଦଳରେ ସାଧା ପଥର ଲଗାଇବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ