Masthead

କିରଣ ଖେରଙ୍କୁ କ୍ୟାନ୍ସର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କିରଣ ଖେରଙ୍କୁ କ୍ୟାନ୍ସର। ବଲିଉଡ ଫିଲ୍ମର ଜଣେ ଆଗଧାଡ଼ିର କଳାକାର ତଥା ବିଜେପି ସାଂସଦ କିରଣ ଖେର ବ୍ଲଡ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ମୁମ୍ୱାଇର ଏକ ହସ୍ପିଟାଲରେ କିରଣଙ୍କ ଚିକିତ୍ସା ଚାଲିଛି। କିରଣ ଖେର ଅନୁପମ ଖେରଙ୍କ ସ୍ତ୍ରୀ। କିରଣ ଖେର ବ୍ଲଡ କ୍ୟାନସରରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ଫିଲ୍ମ ଜଗତ ସମେତ, ତାଙ୍କ ଶୁଭେଚ୍ଛୁ ଏବେ ହତବାକ ହୋଇଛନ୍ତି। କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ।

ଯାହାକି ଏକ ପ୍ରକାର ବ୍ଲଡ କ୍ୟାନସର। ମାର୍ଚ୍ଚ ୩୧ରେ ରାଜ୍ୟ ବିଜେପି ସଭାପତି ଅରୁଣ ସୁଦ ସାଂସଦ କିରଣ ଖେରଙ୍କ ଅନୁପସ୍ଥିତି ବାବଦରେ କଂଗ୍ରେସର ଏକ ଅଭିଯୋଗର ଜବାବ ଦେଇଥିଲେ। ଆଉ ଏହି ସମୟରେ ସେ କହିଥିଲେ କିରଣ ଖେର କ୍ୟାନସରରେ ଆକ୍ରାନ୍ତ। ଯେଉଁଥିପାଇଁ ସେ ଆସନ୍ତା କିଛି ଦିନ ପାଇଁ ତାଙ୍କ ଲୋକସଭା ଆସନ ତଥା ଚଣ୍ଡିଗଡ଼ ସହରକୁ ଆସିପାରିବେ ନାହିଁ। ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ଅରୁଣ ସୁଦ କହିଛନ୍ତି।

https://twitter.com/AnupamPKher/status/1377505935715885059?s=20

ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ ଲକଡାଉନରେ ମଧ୍ୟ କିରଣ ଚଣ୍ଡିଗଡ଼ରେ ରହି ଲୋକଙ୍କୁ ସହଯୋଗ କରୁଥିଲେ। ତେବେ ନଭେମ୍ବରରେ ତାଙ୍କ ହାତ ଭାଙ୍ଗିଯାଇଥିଲା। ଏହା ପରେ ସେ ଚଣ୍ଡିଗଡ଼ରେ ଚିକିତ୍ସିତ ହୋଇଥିଲେ। ଏହି ସମୟରେ ସେ ମଲ୍ଟିପୁଲ୍ ମାଇଲୋମା ନାମକ ରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ