Masthead

ଆଣ୍ଠେଇବ କଙ୍ଗାରୁ ଉଡ଼ିବ ତ୍ରିରଙ୍ଗା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଣ୍ଠେଇବ କଙ୍ଗାରୁ ଉଡ଼ିବ ତ୍ରିରଙ୍ଗା । ୨୦୨୩ର ବଦଲା ୨୦୨୫ରେ । କଙ୍ଗାରୁ ଶିକାର କରିବାକୁ ତୟାର ଟିମ୍ ଇଣ୍ଡିଆ। ସରିଛି ସବୁ ଅପେକ୍ଷା ଏବେ ଆସିଛି ପ୍ରତିଶୋଧ ନେବାର ସମୟ। ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ମହାଲଢେଇ। ଦୁବାଇରେ ସାମ୍ନାସାମ୍ନି ହେବେ ଶକ୍ତିଶାଳି ଟିମ୍ ଇଣ୍ଡିଆ ଓ ବିଶ୍ବ ଚାମ୍ପିଅନ୍ ଆଷ୍ଟ୍ରେଲିଆ। ଯିଏ ଜିତିବ ପ୍ରଥମ ଦଳ ଭାବ ଫାଇନାଲ ପ୍ରବେଶ କରିବ। ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି ।

କଙ୍ଗାରୁ ଟିମ ୨୦୨୩ ବିଶ୍ୱକପରେ ଭାରତର ଚାମ୍ପିୟନ ହେବାର ସ୍ୱପ୍ନକୁ ଚୂରମାର କରିଦେଇଥିଲା । ଆଉ ଆଜି ସେହି ଟିମ ସହ ଟକ୍କର ଦେବ ଭାରତ । ଆଇସିସି ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆର ଦବବଦା ରହିଛି । ୨୦୧୦ ପରଠୁ ଖେଳାଯାଇଥିବା ୪ ମ୍ୟାଚରୁ ୩ଟିରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ୨୦୧୧ ଦିନିକିଆ ବିଶ୍ବକପ ଲିଗ୍ ମ୍ୟାଚରେ ୫ ୱିକେଟରେ ଭାରତ ଅଷ୍ଟ୍ରେଲିଆଠାରୁ ବିଜୟୀ ହୋଇଥିଲା । ସେହିପରି ୨୦୧୫ ଦିନିକିଆ ବିଶ୍ବକପ ସେମିଫାଇନାଲ ୯୫ ରନରେ ଅଷ୍ଟ୍ରେଲିଆ ଭାରତଠାରୁ ବିଜୟୀ ହୋଇଥିଲା । ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ୫ ୱିକେଟରେ ଭାରତଠାରୁ ଜିତିଥିଲା କଙ୍ଗାରୁ ଦଳ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ ୨୦୨୩ରେ ୨୦୯ ରନରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା ।

ଶେଷ ଥର ପାଇଁ ଭାରତ ୨୦୧୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା । ଭାରତ-ଅଷ୍ଟ୍ରେଲିଆ ଦିନିକିଆ ରେକର୍ଡକୁ ଯଦି ନଜର ପକାଇବା ତେବେ ଏଥିରେ ବି ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଦୁଇ ଦେଶ ଦେଶ ମଧ୍ୟରେ ୧୫୧ଟି ଦିନିକିଆ ମ୍ୟାଚ ଖେଳ ହୋଇଛି । ଭାରତ ୫୭ ଥର ବିଜୟୀ ହୋଇଥିବା ବେଳେ ୮୪ଥର ଜିତିଛି ଅଷ୍ଟ୍ରେଲିଆ । ସେହିପରି ଭାରତ ଘରୋଇ ମାଟିରେ ୩୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩୮ଥର ଜିତିଛି । ବର୍ତ୍ତମାନ ୨୦୨୩ ବିଶ୍ବକପର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଭାରତ । କାରଣ ୨୦୨୩ରେ ଭାରତକୁ ନିଜ ମାଟିରେ ହରାଇଥିଲା ଅଷ୍ଟ୍ରେଲିଆ । ୧୦ରୁ ୧୦ ମ୍ୟାଚ ଜିତି ଫାଇନାଲ ଯାଇଥିଲା ଭାରତୀୟ ଦଳକୁ ଫାଇନାଲରେ ହରାଇ ବିଶ୍ୱକପ ଆଶାକୁ ଧୂଳିସାତ କରିଥିଲା କଙ୍ଗାରୁ ଦଳ । ତେବେ ଆଜିର ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ଲକ୍ଷ୍ୟରେ ରହିଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ