Masthead

କବାଟ ନଥିବା ଗାଁ, ପଢନ୍ତୁ ପୂରା ଖବର

ରାଜକନିକା, (ବଡ଼ ଖବର ବ୍ୟୁରୋ): ଯୁଗ ବଦଳିଛି,ବଦଳିଛି ଲୋକମାନଙ୍କ ଜୀବନ ଶୈଳୀ। ଆଧୁନିକତାର ଚାକଚକ୍ୟ ଓ ବିଜ୍ଞାନ ସମାଜକୁ ଅନେକ ଆଗକୁ ନେଇଯାଇଛି । କିନ୍ତୁ ଏବେବି ଏମିତି କିଛି ଗ୍ରାମ ରହିଛି ଯେଉଁଠି ଘରେ କବାଟ ନାହିଁ । ଏହି ଗ୍ରାମ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ତରାସ ପଞ୍ଚାୟତର ଶିଆଳିଆ । କଥାରେ ଅଛି ବିଶ୍ୱାସ ହିଁ ଭଗବାନ । ବିଶ୍ୱାସ ମୂଳେ ଏ ଜଗତ। ଏହି ଗ୍ରାମରେ ଲୋକମାନେ ବିଜ୍ଞାନଠୁ ଅଧିକ ବିଶ୍ୱାସ କରନ୍ତି ମା’ ଖରାଖାଇଙ୍କୁ ।
ବର୍ତ୍ତମାନ ମା’ ଖରାଖାଇ ଯେଉଁଠାରେ ବିରାଜମାନ କରିଛନ୍ତି ସେହି ଜାଗାରେ ଏକ ନଦୀ ପ୍ରବାହିତ ହେଉଥିଲା । ଜଣେ ନାବିକ ସେହିବାଟ ଦେଇ ଡ଼ଙ୍ଗା ନେଇ ଯାଉଥିବା ସମୟରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯିବାକୁ ବସିଥିଲା । ନାବିକ ମଙ୍ଗଳା ମା’ଙ୍କୁ ସ୍ମରଣ କରିଥିଲେ । ସେହି ସମୟରେ ମା ବିରାଜମାନ ହୋଇ ତାଙ୍କୁ ଉଦ୍ଧାର କରିଥିଲେ। ସେହି ସ୍ଥାନରେ ଏକ ଦୁଆର କବାଟ ସଦୃଶ ପଟା ଉପରେ ବସିଥିଲେ ମା’। ଧୀରେ ଧୀରେ ନଦୀ ଶୁଖିଗଲା । ମା’ ସେବେଠୁ ଖରାଖାଇ ନାମରେ ପୂଜା ପାଇଲେ । ଯେତେବେଳେ ଲୋକେ ଘର ନିର୍ମାଣ କଲେ, ସେତେବେଳେ ମା’ ଙ୍କର ସ୍ୱପ୍ନାଦେଶ ହେଲା ଘରେ କବାଟ ଲଗାଇବ ନାହିଁ । କାରଣ ମୁଁ ତୁମମାନଙ୍କୁ କବାଟ ଉପରେ ବସି ସୁରକ୍ଷା ପ୍ରଦାନ କରୁଛି । ସେହି କାଳରୁ ଆଜିଯାଏଁ ଝାଟିମାଟି ଘର ହେଉ ଅବା ପକ୍କା ମାର୍ବଲ ଘର କବାଟ ଲାଗିନାହିଁ । ବନ୍ୟଜନ୍ତୁଙ୍କ ପ୍ରବେଶ ରୋକିବା ଲାଗି କାହାଘରେ ବାଉଁଶ ତାଟି ତ କାହା ଘରେ ଗ୍ରୀଲ ଲାଗିଥିବାର ଦେଖାଯାଉଛି। ସବୁଠୁ ବଡ଼ କଥା ହେଉଛି ସେ ଗାଁରେ କେବେ ଚୋରି ହୁଏ ନାହିଁ ।
ଏହି ଗାଁ କେବଳ ଓଡିଶା ପ୍ରସିଦ୍ଧ ତା ନୁହେଁ ରାଜକନିକାକୁ ସଲଗ୍ନ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଥିବା ବିଦେଶୀ ପର୍ୟ୍ୟଟକମାନେ ମଧ୍ୟ ନିଜ ଭ୍ରମଣ ତାଲିକାରେ ଶିଆଳିଆ କବାଟ ନଥିବା ଗାଁକୁ ବୁଲି ଦେଖିବାକୁ ଆସିଥାନ୍ତି । ଏହିଠାରେ ଭକ୍ତ ମାନେ ଯାହା ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ବିଶ୍ୱାସ ଅଛି। ମାନସିକ ପୂରଣ ହେଲେ ମା ଙ୍କୁ ମାଟିଘୋଡା ବା ସଙ୍ଖା ଦେଇ ମାର୍ଜନା କରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ