Masthead

ବଂଶ ନିପାତ କଲା କୁଳାଙ୍ଗାର ପୁଅ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁରରେ ଚାଞ୍ଚଲ୍ୟ । ବଂଶ ନିପାତ କଲା କୁଳାଙ୍ଗାର ପୁଅ । ପଥରରେ ଛେଚି ବାପା,ମା’ଓ ଭଉଣୀକୁ ହତ୍ୟା । ବିଳମ୍ବିତ ରାତିରେ ହତ୍ୟା କଲା ପୁଅ ସୂର୍ଯ୍ୟକାନ୍ତ ସେଠୀ । ଜଗତସିଂହପୁର ସଦର ଥାନା ଜୟବଡ ଗାଁର ଘଟଣା । ପରିବାରର ୩ ଜଣଙ୍କୁ ପଥରରେ ଛେଚି ହତ୍ୟା । ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା ସେଠୀ, ମାମାଲି ସେଠୀ । ପାରିବାରିକ କଳହରୁ ହତ୍ୟା ଅଭିଯୋଗ । ଅଭିଯୁକ୍ତ ପୁଅ ସୂର୍ଯ୍ୟକାନ୍ତକୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।ବାପା ପ୍ରଶାନ୍ତ ସେଠୀଙ୍କ ସହ ମାଆ କନକଲତା ସେଠୀ ଓ ଭଉଣୀ ମାମାଲି ସେଠୀ ଙ୍କୁ ପିଟିପିଟି ମାରି ଦେଇଛି ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ସକାଳେ ପଡ଼ୋଶୀ ଘର ବାହାରେ ରକ୍ତ ଲାଗିଥିବା ଦେଖିବା ପରେ ଘଟଣାସାମ୍ନାକୁ ଆସିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲିଠାରୁ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ଘରେ ପାଟିତୁଣ୍ଡ କରୁଥିଲା । ରାତିରେ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଆରକ୍ଷି ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ତେବେ ଯାହା ଖବର ମିଳିଛି ଆସାମୀ ସୂର୍ଯ୍ୟକାନ୍ତ ସେଠୀକୁ ପୁଲିସ ଗିରଫ କରିସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା