Masthead

ମଣିପୁରରେ ଆଜି ଯାଏଁ ହିଂସା କମି ନାହିଁ : ଭକ୍ତଚନ୍ଦ୍ର ଦାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ ତମ ସ୍ୱାଧୀନତା ଦିବସରେ ଲାଲକିଲାରୁ ସମ୍ବୋଧନ କରି ମଣିପୁରରେ ଶାନ୍ତି ଫେରିଛି ବୋଲି କହିଛନ୍ତି । ଯାହାକୁ ନେଇ କଂଗ୍ରେସ ନେତା ତଥା ଦଳର ମଣିପୁର ଦାୟିତ୍ୱରେ ଥିବା ଭକ୍ତଚନ୍ଦ୍ର ଦାସ କହିଛନ୍ତି ଯଦି ମଣିପୁରରେ ଶାନ୍ତି ସ୍ଥାପନ ହୋଇଛି ତେବେ ଲାଲକିଲାରୁ ନୁହେଁ ମଣିପୁରରୁ ପ୍ରଧାନମନ୍ତ୍ରୀ ଭାଷଣ ଦିଅନ୍ତୁ । ସେ କହିଛନ୍ତି ଯେଉଁ କାମ ଦୁଇ ଦିନରେ ମଧ୍ୟରେ ହୋଇପାରିବ ବୋଲି ରାହୁଲ ଗାନ୍ଧି କହିଥିଲେ ସେହି କାମକୁ ତିନି ମାସ ହେଲାଣି ପ୍ରଧାନମନ୍ତ୍ରୀ କରିପାରୁ ନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି “ଆଜି ପର୍ଯ୍ୟନ୍ତ ହିଂସା କମିନାହିଁ। ଯଦି ସେ କହୁଛନ୍ତି ଯେ ଶାନ୍ତି ଫେରି ଆସିଛି, ମୁଁ ତାଙ୍କୁ ସେଠାକୁ ଯିବାକୁ ଅନୁରୋଧ କରୁଛି। ଲାଲକିଲାରୁ ଭାଷଣ ଦେବା ପରିବର୍ତ୍ତେ ଇମ୍ଫାଲରେ ଭାଷଣ ଦିଅନ୍ତୁ । ଚୁରାଚାନ୍ଦପୁରକୁ ଯାଆନ୍ତୁ । ସେଠାରେ ଲୋକମାନଙ୍କ ମଧ୍ୟରେ ଠିଆ ହୋଇ ଭାଷଣ ଦିଅନ୍ତୁ । ତା’ପରେ ସେମାନେ ବୁଝିବେ ଯେ ଦେଶର ପ୍ରଧାନମନ୍ତ୍ରୀ ଯାଇଛନ୍ତି । ସେଠାରେ ଶାନ୍ତି ଫେରିଛି । ଏହା କିଛି ନୁହେଁ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଭକ୍ତଚନ୍ଦ୍ର ଦାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ