Before Header

୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

0 34

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଋକ୍ମିଣୀ ହରଣ ଏକାଦଶୀ । ଏଥିପାଇଁ ମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଯେଉଁଥି ପାଇଁ ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ । ଅପରାହ୍ନ ୧ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ନୀତିକାନ୍ତି ଶେଷ ପରେ ଦର୍ଶନ ସ୍ୱାଭାବିକ ହେବ। ମହାପ୍ରଭୁ ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ।

ପରଦିନ ମହାପ୍ରଭୁ ଗୁଆଲି ଯାତ୍ରାରେ ବାହାରିବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଅପରାହ୍ନରେ ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.