Masthead

ହାଇଦ୍ରାବାଦରେ ଦ୍ୱିତୀୟ ଦିନରେ ଦମ୍ ଦେଖାଇଲା ଭାରତ, ଇଂଲଣ୍ଡ ଠାରୁ ୧୭୫ ରନ୍‌ରେ ଆଗୁଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ୪୦୦ ଅତିକ୍ରମ କଲା ଭାରତ । ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧୀ ଅର୍ନ୍ତାତୀୟ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୭ ୱିକେଟ୍‌ ବିନିମୟରେ ୪୨୧ ରନ୍‌ରେ ପହଞ୍ଚିଛି। ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନ୍‌ରେ ଅଗୁଆ ରହିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲ ଅପରାଜିତ ଅଛନ୍ତି। ରବୀନ୍ଦ୍ର ଜାଦେଜା ୭ଟି ଚୌକା ଓ ୨ଟି ଛକା ବଳରେ ୮୧ ରନ୍‌ ସଂଗ୍ରହ କରିଛନ୍ତି। ଅକ୍ଷର ପଟେଲ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରିଛନ୍ତି। ଆଜି ମୁକାବିଲାର ତୃତୀୟ ଦିନ ।

ମୁକାବିଲାର ପ୍ରଥମ ଦିନ ଗୁରୁବାରରେ ଭାରତ ଗୋଟିଏ ୱିକେଟ ହରାଇ ୧୧୯ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।ଶୁକ୍ରବାର ଦ୍ବିତୀୟ ଦିନରେ ଯଶସ୍ବୀ ଜୟସ୍ବାଲ ୭୪ଟି ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୮୦ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଶୁବମନ ଗିଲ ୬୬ ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ୮୬ ରନ୍‌, ଶ୍ରେୟସ ଆୟର ୩୫ ରନ୍‌ ଓ ଶ୍ରୀକର ଭରତ ୪୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ସ୍ପିନ୍ ଆଟାକ୍ ଇଂଲଣ୍ଡର ବ୍ୟାଟିଂ ଆକ୍ରମଣକୁ ବିଫଳ କରିଦେଇଥିଲା । ତେବେ ଅଧିନାୟକ ବେନ୍ ଷ୍ଟୋକ୍ସ ଏକାକୀ ବୋଲରଙ୍କ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ