Masthead

ଯେଉଁ ଦିନ ଗାନ୍ଧୀ ପରିବାର ସଦସ୍ୟଙ୍କ ଜନ୍ମଦିନ, ସେହି ଦିନ ଭାରତ ଖେଳିବା ଉଚିତ୍ ନୁହେଁ: ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନଭେମ୍ବର ୧୯ ରେ ଆଇସିସି ମେନ୍ସ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତର ପରାଜୟ ବରଣ କରିଥିଲା। ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ ବୋଲି କହିଥିଲେ । ମୋଦି ଷ୍ଟାଡିୟମରେ ପ୍ରବେଶ କରିବା ଦ୍ୱାରା ଭାରତ ମ୍ୟାଚ୍ ହାରିଯାଇଥିବା ଅଭିଯୋଗ କରିଥିଲେ। ତାର ଜବାବରେ ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ କହଛନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପ ହାରିଲା କାରଣ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସରେ ମ୍ୟାଚ୍ ଥିଲା।

ବୁଧବାର ଏପରି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ହିମନ୍ତ । ସେ ଏକ୍ସରେ ଲେଖିଛନ୍ତି ଲିଗ ପର୍ୟ୍ୟାୟରେ ଆମେ ସମସ୍ତ ମ୍ୟାଚରେ ଜିତିଥିଲୁ କିନ୍ତୁ ଫାଇନାଲ ହାରିଗଲୁ। ମୁଁ କାହିଁକି ମ୍ୟାଚ୍ ହାରିଗଲି ବୋଲି ପଚାରିଲି ଏବଂ ମୁଁ ଜାଣିବାକୁ ପାଇଲି ଯେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ବିଶ୍ୱକପ ଫାଇନାଲ ଖେଳାଯାଇଥିଲା। ଆମେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ବିଶ୍ୱକପ ଫାଇନାଲ ଖେଳିଥିଲୁ ଏବଂ ଏଥିପାଇଁ ଦେଶ ବିଫଳ ହୋଇଛି ବୋଲି ସେ କହିଛନ୍ତି। ଏହା ସହିତ ହିମନ୍ତ କହିଛନ୍ତି ମୋର ବିସିସିଆଇ ପକ୍ଷରୁ ଏକ ଅନୁରୋଧ ଅଛି। ଦୟାକରି ଭାରତ ସେହି ଦିନ ଖେଳିବା ଉଚିତ୍ ନୁହେଁ, ଯାହା ଗାନ୍ଧୀ ପରିବାର ସଦସ୍ୟଙ୍କ ଜନ୍ମଦିନ ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ