Masthead

ଇଣ୍ଡିଆ ଭାରତ ହେଲେ ଡଟ ଇନରେ ଆସିପାରେ ସମସ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦେଶର ନାଁ ବଦଳିଲେ କ’ଣ ହେବ ପରିବର୍ତ୍ତନ? ଇଣ୍ଡିଆ ଭାରତ ହେଲେ ଅନଲାଇନ ୱେବ୍ସାଇଟ୍ ଉପରେ ମଧ୍ୟ ପଡିବ ପ୍ରଭାବ । ଦେଶର ପରିଚୟ .ଇନରୁ ଜଣାଯାଇଥାଏ । ଭାରତ ହେଲେ ଏହାର ନାଁ କ’ଣ ରହିବ? ଇଣ୍ଡିଆ-ଭାରତକୁ ନେଇ ଚାଲିଥିବା ମହାଭାରତ ଥମିବାରେ ନାଁ ନେଉନି । ସାରା ଦେଶରେ ଏବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା । କ’ଣ ହେବ ଦେଶର ନାଁ? ଗୋଟେ ପେଟ ଏନେଇ ରାଜନୀତି ସରଗରମ ହୋଇଥିବା ବେଳେ ଅନ୍ୟପଟେ ଇଂଟରନେଟ ଦୁନିଆରେ ମଧ୍ୟ ଏହାର ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି ଯେ ଯଦି ଇଣ୍ଡିଆର ନାଁ ବଦଳି ଭାରତ ହୁଏ, ତେବେ ଡଟ ଇନ (. ଇନ) ୱେବ୍ସାଇଟ ଉପରେ ପ୍ରଭାବ ପକାଇବ । ଯାହା ଫଳରେ ଅନଲାଇନ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବ । ଡଟ ଇନ ହେଉଛି ଏକ ସିସିଟିଏଲଡି ବା କଂଟ୍ରି କୋଡ ଟପ୍ ଲେୟର ଡୋମେନ ଯାହା ଦେଶର ନାଁ ଅନୁସାରେ ରେଜିଷ୍ଟର ହୋଇଥାଏ । ଯାହା ଜଣାଇଦିଏ ଯେ .ଇନ ବ୍ୟବହାର କରୁଥିବା ୱେବ୍ସାଇଟ ଇନରେଜିଷ୍ଟ୍ରିରେ ପଂଜିକୃତ । .ଇନରେ କେତେକ ସବଡୋମେନ ମଧ୍ୟ ରହିଛି ଯାହା କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ଭାରତ ପାଇଁ .ଇନ, ଚାଇନା ପାଇଁ .ସିଏନ, ଆମେରିକାରେ .ୟୁଏସ, ୟୁକେ ପାଇଁ ଏହି ୱେବ୍ସାଇଟ .ୟୁକେ ଭାବେ ଜଣାଯାଏ ।

ଯେମିତିକି ଭାରତ ସରକାରଙ୍କ ଗଭ୍.ଇନ, ଭାରତୀୟ ମିଲିଟାରୀର ମିଲ୍.ଇନ ୱେବ୍ସାଇଟରେ ଏହାକୁ ବ୍ୟବହାର କରାଯାଏ । ଇଂରାଜୀରେ ଦେଶର ନାଁ ଇଣ୍ଡିଆ ଥିବାରୁ ଏପରି ଲେଖାଯାଇଥାଏ । କିନ୍ତୁ ଯଦି ଏହି ନାଁ ବଦଳି କରାଯାଇ ଭାରତ ହୁଏ, ତେବେ ଆସିପାରେ ସମସ୍ୟା । କାରଣ ଭାରତ ରହିଲେ ୱେବ୍ସାଇଟରେ ଦେଶର ନାଁ ଅନୁଯାୟୀ .ବିଆର କିମ୍ବା ବିଏଚ ନଚେତ୍ .ବିଟି ଲେଖାଯିବ । କିନ୍ତୁ ପୂର୍ବରୁ ବାହାରିନ ଦେଶ ପାଇଁ ଏହି .ବିଏଚ ବ୍ୟବହାର କରାଯାଏ ।

.ବିଆର ବ୍ରାଜିଲକୁ ବୁଝାଉଥିବା ବେଳେ .ବିଟି ଭୁଟାନ ପାଇଁ ପରିଚିତ । ଯଦି ଏହି ନାମକରଣରେ ଆଗକୁ ମୋହର ବାଜେ ତେବେ ୱେବ୍ସାଇଟରେ ଅକ୍ଷର ସଂଖ୍ୟାକୁ ବଢାଇ .ଭାରତ କିମ୍ବା .ବିଏଚଆରଟି କରିବାକୁ ହେବ । ଏହା ବ୍ୟତୀତ ବିଭିନ୍ନ ସଂସ୍ଥା ମଧ୍ୟ ଏଥିରେ ଫଶିବାର ସମ୍ଭାବନା ରହିଛି । ଆଜିକାଲିର ଡିଜିଟାଲ ଯୁଗରେ ସବୁକିଛି ଅନଲାଇନ ମାଧ୍ୟମରେ ହେଉଥିବାରୁ .ଇନର ସମସ୍ୟା ଅର୍ଥନୀତି ଉପରେ ମଧ୍ୟ ପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ