Masthead

ମୁଖ୍ୟମନ୍ତ୍ରୀଙ୍କର କ’ଣ ଅସହାୟତା ଅଛି ଜଣାପଡୁନି: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାମ କରୁନଥିଲା । ଏବେ କେବଳ ଲୋକଙ୍କୁ ଠକିବା ପାଇଁ ଅଭିଯୋଗ ଶୁଣାଣି କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ବ୍ୟକ୍ତିଗତ ଆସକ୍ତି ସେ ପ୍ରଦର୍ଶନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର କ’ଣ ଅସହାୟତା ଅଛି ଜଣାପଡୁନି ବୋଲି କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । କିନ୍ତୁ ସେ ନିଜେ ଯାଇ ପାରୁନାହାନ୍ତି , ୟାକୁ ତାକୁ ପଠାଉଛନ୍ତି । ୫ଟି ସଚିବ ସାମ୍ବିଧାନିକ ପଦବୀ ନୁହେଁ । ୫ଟି ର ମନ୍ତ୍ରୀ କିଏ ? ଅନ୍ୟ ଯେଉଁ ବିଭାଗର ସଚିବ ଅଛନ୍ତି, ସେଥିରେ ମନ୍ତ୍ରୀ ମଧ୍ୟ ଅଛନ୍ତି ।

୫ଟି ବିଭାଗ ନାହିଁ କି ମନ୍ତ୍ରୀ କେହି ନାହାନ୍ତି । ତେଣୁ ଅଯଥାରେ ୫ଟି ନାମକରଣ କରି ନିଜ ଦୁର୍ବଳତାକୁ ଢ଼ାଙ୍କିବା ପାଇଁ କରୁଛନ୍ତି । ଏତେ ଭ୍ରଷ୍ଟାଚାର ହୋଇଯାଇଛି ଯେ ସ୍ୱଚ୍ଛତାର ଖୋଳପା ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଭିତରୁ ଏହା ଫମ୍ପା । ସେ ଆହୁରି ମଧ୍ୟ କହିଛନ୍ତି ସଚିବ ଅଭିଯୋଗ ଆଣିବା ପାଇଁ ଯଦି ଯାଉଛନ୍ତି, ତେବେ ମନ୍ତ୍ରୀମାନେ କାହିଁକି ଯାଇ ସଚିବଙ୍କ ପାଇଁ ରାସ୍ତା ସଫା କରୁଛନ୍ତି । ଲୋକ ପ୍ରତିନିଧିମାନଙ୍କୁ ଅପମାନଜନକ ଭାବରେ ସଚିବ ଯିବା ପୂର୍ବରୁ ତାଙ୍କ ରାସ୍ତା ପରିଷ୍କାର କରିବା ପାଇଁ କାମରେ ଲଗାଇବା ଗଣତନ୍ତ୍ରର ହତ୍ୟା । ଅଭିଯୋଗ ଆଣିବା ସାଧାରଣ କାମ । ତାଙ୍କ ବିଭାଗରେ ଯେତେ ଅଫିସର ଅଛନ୍ତି, ତାଙ୍କୁ କାମରେ ଲଗାଇପାରନ୍ତେ । ଜିଲ୍ଲାପାଳ, ବିଡ଼ିଓ ଓ ଅନ୍ୟ ଅଫିସରମାନେ ଅଭିଯୋଗ ଆଣିବା ପାଇଁ ଅଛନ୍ତି ।

କିନ୍ତୁ ଅଭିଯୋଗ ଆଣିବା ପାଇଁ ଜଣେ ସଚିବ ଯିବେ ଓ ତାଙ୍କ ଗସ୍ତ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେବ, ହେଲିକପ୍ଟର ବ୍ୟବହାର ହେବ । ଯାହାକି ଆଇନ ସମ୍ମତ ନୁହେଁ । ଏହା ବଡ ଅସୁନ୍ଦର ଏବଂ ଦୃଷ୍ଟିକଟୁ ହେଉଛି । ଏହା ଗଣତନ୍ତ୍ରର ପରିପନ୍ଥୀ । ଅଭିଯୋଗ ଶୁଣିବା ନାରେ ରାଜନୀତିକରଣ କରାଯାଉଛି ଏବଂ ପ୍ରଚାର କରାଯାଉଛି । ଜଣେ ସଚିବ କେମିତି ଅର୍ଥ ଅନୁମୋଦନ କରିଦେବେ । ବଜେଟରେ ବ୍ୟବସ୍ଥା ନାହିଁ କି ବିଧାନସଭାରେ ମଞ୍ଜୁର ହେଉନି । ଗଣତାନ୍ତ୍ରିକ ନିୟମାବଳୀକୁ ଉଲଂଘନ କରି ଜଣେ ସଚିବ ଶହ ଶହ କୋଟି ଟଙ୍କା ମଞ୍ଜୁର କରିଦେଉଛନ୍ତି । ଏହା କେମିତି ହୋଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା