Masthead

ମନୀଷ ମୃତ୍ୟୁ ମାମଲା: ସିସି ଟିଭିରେ ଲୁଚିଛି ସତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    ମନୀଷ ଅନୁରାଗ ମୃତ୍ୟୁ ମାମଲା ଉପରୁ ହଟୁନି ପରଦା । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାକୁ ନେଇ ପୋଲିସ ନିଜର ତଦନ୍ତ ଚଳାଇଛି । ପାତ୍ରପଡାର ଯେଉଁ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ତା ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୋଲିସ ଯାଞ୍ଚ କରୁଛି । ସିସିଟିଭି ଆଧାରରେ ଜଣାପଡିବ ଅସଲି ଘଟଣା । ସିସି ଟିଭିରେ ଲୁଚିଛି ସତ । କେମିତି ହେଲା ମନୀଷଙ୍କ ମୃତ୍ୟୁ? କଣ ଘଟିଥିଲା ସେଦିନ ରାତି । ତାହା ଏବେ ବି ରହସ୍ୟ ଘେରରେ ।

ତେବେ ଧିରେ ଧିରେ ଏହାର ଗୁମର ଖୋଲୁଛି । ପ୍ରତିଟି ପ୍ରଶ୍ନର ଉତ୍ତର ରହିଛି ଏଇ ସିସି ଟିଭି ଫୁଟେଜରେ । ଯାହାକୁ ନେଇ ତନାଘନା ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ଘଟଣା ଦିନ ମନୀଷଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ତେବେ ସେଦିନ ରାତିରେ କଣ ଘଟିଥିଲା ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଜଣାପଡିଛି ଯେ, ବାରରେ ବିଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବାରରେ ୩୫ ହଜାର ଟଙ୍କାର ବିଲ ହୋଇଥିଲା ।

ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କଣ ପାଟିତୁଣ୍ଡ ହୋଇଥିଲା ତାକୁ ନେଇ ମଧ୍ୟ ଯାଞ୍ଚ କରୁଛି ପୋଲିସ । ବାରରେ ଟଙ୍କା ନ ଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ମନୀଷ ଘରୁ ଟଙ୍କା ମଗାଇ ବିଲ ଦେଇଥିବା ଜଣାପଡିଛି । ବିଲ ଦେବା ପରେ ମନୀଷଙ୍କ ସହ କଣ ଘଟିଥଲା ତାହା ଏ ଯାଏ ସ୍ପଷ୍ଟ ହୋଇନି । ସେପଟେ ମନୀଷ ଅନୁରାଗଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ରିପୋର୍ଟରେ ଜଣାପଡିଛି ଯେ, ମନୀଷଙ୍କ ମୃତ୍ୟୁ ପାଣିରେ ପଡିବା ପୂର୍ବରୁ ହୋଇଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ଏ ଯାଏ ସ୍ପଷ୍ଟ ହୋଇନି । ସୂଚନା ଥାଉକି ଗତ ରବିବାର ଦିନ ପାତ୍ରପଡା ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ