Masthead

ସାଇରନ ବାଜିଲେ କ’ଣ କରିବେ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ଯୁଦ୍ଧ ସଜବାଜ । କୌଣସି ସମୟରେ ବାଜିପାରେ ଶଙ୍ଖନାଦ । ପହଲଗାମ ଆକ୍ରମଣର ବଦଲା ନେବା ପାଇଁ ପ୍ରସ୍ତୁତି । ବୁଧବାର ସାରା ଦେଶରେ ହେବ ମକଡ୍ରିଲ । ତିନୋଟି କାଟେଗାରିରେ ହେବ ମକଡ୍ରିଲ । ଓଡ଼ିଶାକୁ ମଧ୍ୟ ଏହାରି ଭିତରେ ସାମିଲ କରାଯାଇଛି । ରାଜ୍ୟର ୧୨ଟି ସହରରେ ଏହି ମକଡ୍ରିଲ ହେବ । ପ୍ରଥମ କାଟେଗୋରିରେ ରହିଛି ତାଳଚେର । ଦ୍ୱିତୀୟରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲାକୁ ରଖାଯାଇଛି । ସେହିପରି କାଟେଗୋରି ୩ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇଛି । ମକଡ୍ରିଲ ସାଇରନ ବାଜିଲେ ଲୋକେ କ’ଣ କରିବେ କ’ଣ ନ କରିବେ ତାହା ମଧ୍ୟ ଜଣାଇଦିଆଯାଇଛି ।

ସାଇରନ ବାଜିଲେ କ’ଣ କରିବେ?
-ସାଇରନ ବାଜିଲେ ବିଚଳିତ ହେବେ ନାହିଁ
-ସାଇରନ ବାଜିଲେ ଘରୁ ବାହାରିବେ ନାହିଁ
-୫ରୁ ୧୦ ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବେ
-କଂକ୍ରିଟ ଛାତ ତଳେ ରହିବେ
-ଟିଭି, ରେଡିଓ ଓ ସରକାରୀ ଆଲର୍ଟକୁ ଧ୍ୟାନ ଦେବେ
-ପ୍ରଶାସନିକ ନିଦେ୍ର୍ଦଶକୁ ପାଳନ କରିବେ
-ସାଇରନ ବିଜିଲେ ଶାନ୍ତ ରହିବେ
-ଗୁଜବକୁ ଧ୍ୟାନ ଦେବେ ନାହିଁ

କାହିଁକି ବାଜିବ ଯୁଦ୍ଧ ସାଇରନ?
-ବିପଦ ସମୟରେ ଲୋକଙ୍କ ସଚେତନ କରାଇବା ପାଇଁ ସାଇରନ ବ୍ୟବହାର କରାଯାଏ
-ଲୋକଙ୍କୁ ବିପଦ ସମୟରେ ସଜାଗ କରିବା ସାଇରନର ଲକ୍ଷ୍ୟ
-ସାଇରନର ତୀବ୍ରତା ୧୨୦ରୁ ୧୪୦ ଡେସିବଲ ହୋଇଥାଏ
-ଯୁଦ୍ଧ, ଏୟାରଷ୍ଟ୍ରାଇକ କିମ୍ବା ବଡ଼ ବିପଦରେ ସାଇରନ ବଜାଇ ସତର୍କ କରାଯାଏ
-ସାଇରନ ଶଦ୍ଦ ଉପର ତଳ ହେବା ଦ୍ୱାର ଭିନ୍ନ ଅନୁଭବ ହୁଏ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ