Masthead

ସିନ୍ଦୂର ପାଇଁ ବଦଲା… ‘ଅପରେସନ ସିନ୍ଦୂର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଧ୍ୟ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର ପିଓକେର ୯ଟି ଆତଙ୍କୀ ଶିବିର ଉପରେ ଆରମ୍ଭ ହେଲା ଆକ୍ରମଣ । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ନେଲା ପଦକ୍ଷେପ । ପାକିସ୍ତାନ ଉପରେ ଆରମ୍ଭ କରିଛି ଭାରତ ସିନ୍ଦୁର ର ବଦଲା ଅପେରସନ ସିନ୍ଦୁର ରେ ନେଇଛି ଭାରତ । ପ୍ରତିବଦଳରେ ପାକିସ୍ତାନ ଜବାବ ଦେବ ନେଇ ସୂଚନା ମଧ୍ୟ ଦେଇଛି , ପାକିସ୍ତାନ ଆତଙ୍କୀ ଶିବିର ଉପରେ ମିସାଇଲ ଆଟାକ କରିଛି ଭାରତ ବର୍ତ୍ତମାନର ପ୍ରାଥମିକ ସୂଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି ।

ପହଲଗାମ ନରସଂହାର ର ବଦଲା ନେଲା ଭାରତ । ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡାଣ ବନ୍ଦ କରାଯାଇଛି । କାର୍ଯ୍ୟାନୁଷ୍ଠାନ ବାବଦରେ ବିଶ୍ବକୁ ଅବଗତ କଲା ଭାରତ । ଏଥିସହ ଅପରେସନ ସିନ୍ଦୂରରେ ସାମିଲ ଥିଲେ ତିନି ସେନା । ଆର୍ମି , ଏୟାରଫୋର୍ସ ଓ ନେଭିର ମିଳିତ ଅପରେସନ । ହମଲାରେ ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି । ସବୁ ଟାର୍ଗେଟରେ ଲୋକେସନ ଗୁଇନ୍ଦା ସଂସ୍ଥା ଦ୍ବାରା ସ୍ପଷ୍ଟ କରାଯାଇଥିଲା । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଅପେରସନ ସିନ୍ଦୂର ଆରମ୍ଭ କରାଯାଇଛି ।

ପାକିସ୍ତାନରେ ୪ ଓ ପିଓକେରେ ୫ଟି ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି । ମୁଜାଫରବାଦରେ ଦୁଇଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରାଯାଇଛି । ଭାରତ ତରଫରୁ ଡ୍ରୋନ ଓ ଅତ୍ୟାଧୁନିକ ଅସ୍ତ୍ର ସହାୟତାରେ ୨୪ ଟି ଆକ୍ରମଣ କରି ପାକିସ୍ତାନ ସେନା ଓ ସରକାରର ନିଦ ହଜାଇ ଦେଇଛି । ମାଟିରେ ମିଶିଥିବା ଆତଙ୍କୀ ଆଡ୍ଡା ଭିତରେ ରହିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍ ସଇଦର ଟ୍ରେନିଂ କ୍ୟାମ୍ପ । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଆତଙ୍କୀ ସଂଗଠନ ଲସ୍କଇ-ଇ- ତୋଏବା ଟ୍ରେନିଂ କ୍ୟାମ୍ପ ଉପରେ ଭାରତ ଜୋରଦାର ଆକ୍ରମଣ କରିଛି ।

ସବୁଠାରୁ ବଡ଼ କଥା ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣରେ ଧରାପଡି ଭାରତରେ ଫାଶି ପାଇଥିବା ଆତଙ୍କବାଦୀ କସାବ ଏହି ଟ୍ରେନିଂ ସେଣ୍ଟରରୁ ଟ୍ରେନିଂ ନେଇ ଭାରତ ଉପରେ ଆକ୍ରମଣ କରିଥିଲା । ଏହି ଆତଙ୍କୀ କ୍ୟାମ୍ପ ସବୁ ମସଜିଦରେ ଚାଲୁଥିବା ବେଳେ ୯ ଟି ମସଜିଦକୁ ଭାରତୀୟ ସେନା ଧ୍ୱଂସ କରିଦେଇଛି । ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର, ପଞ୍ଜାବ ପ୍ରାନ୍ତ, ଲାହୋର ଠାରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଜୋରଦାର ଆକ୍ରମଣ କରିଛି । ଏହାସହ ସଂସହରାରେ ଥିବା ଅନ୍ୟ ୪ଟି ମସଜିଦକୁ ଭାରତୀୟ ସେନା ବୋମା ଓ ମିସାଇଲ ମାଡ କରି ଉଡାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା