Masthead

୧୮ ରୁ ଭାରତ-ଶ୍ରୀଲଙ୍କା ଶୃଙ୍ଖଳା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସୀମିତ ଓଭର୍ ଶୃଙ୍ଖଳା ଦ୍ୱୟର ନୂଆ ତାରିଖ ଚୂଡ଼ାନ୍ତ ହୋଇଛି । ଏବେ ଏହି ଶୃଙ୍ଖଳା ଜୁଲାଇ ୧୮ ରୁ ୨୯ ମଧ୍ୟରେ ଖେଳାଯିବ । ପୂର୍ବରୁ ଏହା ଜୁଲାଇ ୧୩ ରୁ ୨୫ ଯାଏ ଖେଳାଯିବାର କାର୍ଯ୍ୟକ୍ରମ ଥିଲା ।

ଶ୍ରୀଲଙ୍କା ଟିମର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ୍ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଓ କ୍ରିକେଟ୍ ଶ୍ରୀଲଙ୍କା ଏହାକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବିସିସିଆଇ ଶନିବାର ଏହାର ବିଧିବନ୍ଧ ଘୋଷଣା କରିଥିଲେ । ସୂଚନା ଅନୁସାରେ, ଜୁଲାଇ ୧୮ରେ ପ୍ରଥମ, ୨୦ରେ ଦ୍ୱିତୀୟ ଓ ୨୩ ରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ । ଏହାପରେ ଟି-୨୦ ଶୃଙ୍ଖଳା ଜୁଲାଇ ୨୫,୨୭ ଓ ୨୯ ରେ ଅନୁଷ୍ଠିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ