Masthead

ଆମେ ପ୍ରତିଶୋଧ ରାଜନୀତି କରିନାହୁଁ : ସିଦ୍ଧରାମୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବିଜେପି ଓ ଜେଡିଏସର ଅଭିଯୋଗ ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା । ସେ କହିଛନ୍ତି ତାଙ୍କ ସରକାର କେବେବି ପ୍ରତିଶୋଧ ରାଜନୀତିରେ ଲିପ୍ତ ହୋଇ ନାହାନ୍ତି । ବିଜେପି ପ୍ରତିଶୋଧ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି । ପୋକ୍ସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବା ପରେ ବିଜେପି ଏବଂ ଜେଡିଏସ୍ ଅଭିଯୋଗ କରିଥିଲେ ରାଜ୍ୟ ସରକାର ୟେଦୁରୁପ୍ପାଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛନ୍ତି । ଯେତେବେଳେ ସିଦ୍ଧରାମୟାଙ୍କୁ ଏହି ବିଷୟରେ ପ୍ରଶ୍ନ ପଚରା ଯାଇଥିଲା, ସେ କହିଥିଲେ, ‘ଯେତେବେଳେ ବିଜେପି ଆମ ବିରୋଧରେ ମାମଲା ଦାଏର କରିଥିଲେ, ସେତେବେଳେ ସେମାନେ ଟାର୍ଗେଟ କରୁନଥିଲେ କି? ମୋ ବିରୋଧରେ ଡି.କେ ଶିବକୁମାର ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା, ଏହାକୁ କ’ଣ କୁହାଯିବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲକୁ ପଠାଯାଇଥିଲା, ଏହାକୁ ଘୃଣା ରାଜନୀତି କୁହାଯିବା ଉଚିତ ନୁହେଁ କି? ଆମେ ତାହା କେବେ କରିବୁ ନାହିଁ ଏବଂ ଭବିଷ୍ୟତରେ କରିବୁ ନାହିଁ ମଧ୍ୟ । ଏଭଳି କରିବା ହେଉଛି ବିଜେପିର କାମ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ