ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କଲା ଭାରତ । ଦୁଇ ଦେଶ ଭିତରେ ଲାଗି ରହିଥିବା ତିକ୍ତତା ଭିତରେ ଭାରତ ତରଫରୁ ଏପରି ବଡ ପଦକ୍ଷେପ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଭିସା ସେବାକୁ ରଦ୍ଦ କରଦିଆଯାଇଛି । ଅର୍ଥାତ କାନାଡାରୁ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଧିଷ୍ଟ କାଳ ପାଇଁ ମିଳିପାରିବ ନାହିଁ ।
ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ପରିଚାଳନା ଗତ କାରଣରୁ ସେପ୍ଟେମ୍ବର ୨୧ ତାରିଖଠାରୁ ଆଗାମୀ ସୂଚନା ପର୍ୟ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ କରିଦିଆଯାଉଛି ।