Masthead

ବିଶ୍ୱକପର ପ୍ରଥମ ସେମିଫାଇନାଲ, ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇସିସି ବିଶ୍ୱକପର ଆଜି ପ୍ରଥମ ସେମିଫାଇନାଲ । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ନ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା । ୯ଟି ମ୍ୟାଚ୍ ଜିତି ରୋହିତ ଆଣ୍ଡ କୋ ପୁରା ଜୋସରେ ଥିବାବେଳେ ଅନ୍ୟପଟେ ପୁଣି ଥରେ ୨୦୧୯ର ସ୍ଥିତି ଦୋହରାଇବା ଲକ୍ଷ୍ୟରେ କେନ୍ ବ୍ରିଗେଡ୍ । ୱାଙ୍ଖଡେରେ ଦର୍ଶକ ଦେଖିବାକୁ ଯାଉଛନ୍ତି ବିଶ୍ୱକପର ସୁପର ଫାଇଟ୍। ୧୨ବର୍ଷ ପୂର୍ବେ ବିଶ୍ୱକପ ଜିତିଥିଲା ଭାରତ। ଚଳିତ ବର୍ଷ ଏହାର ପୁନରାବୃତ୍ତି କରିବାର ସୁଯୋଗ । ହେଲେ ଏହି ନକ୍-ଆଉଟ ମୁକାବିଲାରେ ରୋହିତ ବାହିନୀ ଆଗରେ କିୱି ଚ୍ୟାଲେଞ୍ଜ ।

ଗତ ବିଶ୍ୱକପ ଅର୍ଥାତ ୨୦୧୯ରେ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ ଦଳ। ଆଉ ସେଥର ବି ପ୍ରତିଦ୍ୱନ୍ଦୀ ଥିଲା ସେହି ନ୍ୟୁଜିଲାଣ୍ଡ ଟିମ୍। କିନ୍ତୁ ଏବେ ସେହି ପରାଜୟର ପ୍ରତିଶୋଧ ନେଇ କପ ହାତେଇବାର ଆହୁର ନିକଟତର ହେବ ଟିମ୍ ଇଣ୍ଡିଆ। ଦମ୍ ଆଉ ଫର୍ମ ଉଭୟକୁ ଦେଖିଲେ ଭାରତର ପଲ୍ଲା ଭାରି ଜଣାପଡୁଛି । କାରଣ ଏହି ବିଶ୍ୱକପରେ ଏପର୍ୟ୍ୟନ୍ତ ଏକମାତ୍ର ଅପରାଜେୟ ଭାବେ ଭାରତ ସବୁଠ ଶକ୍ତିଶାଳୀ ଦଳ ଭାବେ ବିବେଚିତ ହୋଇଛି । ଲିଗ ମ୍ୟାଚରେ ୯ରୁ ୯ ବିଜୟ ସହ ଅନବିଟେନ୍ ଟ୍ୟାଗର ଉର୍ଜାରେ ପରିପୂର୍ଣ୍ଣ ମେନ ଇନ୍ ବ୍ଲୁ । ସେହିପରି ଲିଗ ମ୍ୟାଚରେ କିୱି ଟିମ ସହ ଜବରଦସ୍ତ ମୁକାବିଲାରେ ୪ ୱିକଟରେ ବିଜୟୀ ହୋଇଥିଲା ରୋହିତ ସେନା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ