Masthead

ସମଗ୍ର ଭାରତକୁ କନ୍ଦାଇଲା କରମଣ୍ଡଳ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତକୁ କନ୍ଦାଇଲା କରମଣ୍ଡଳ । ଦେଇଗଲା ଦାରୁଣ ଦୁଃଖ । ଚାହିଁକି ବି ଭୁଲି ପାରିବେ ନାହିଁ ଉଦ୍ଧାର ହୋଇଥିବା ଯାତ୍ରୀ ଓ ସ୍ଥାନୀୟ ଲୋକେ । ଶୁକ୍ରବାର, ସମୟ ୭ ଟା । ଓଡ଼ିଶା ପାଇଁ ଥିଲା କାଳ ରାତି । କରମଣ୍ଡଳ ଏକ୍ସପ୍ରେସ ଅଫ ଟ୍ରେନ ଓ ଯଶୋବନ୍ତପୁର ହାୱଡ଼ା ଟ୍ରେନ ଡାଉନ ଲାଇନରେ ଚାଲିଥିଲା । ଯାତ୍ରୀମାନେ କିଏ ଶୋଇଥିଲେ ତ କିଏ କଲ କରି ଆମୀôୟଙ୍କ ସହ ମୋବାଇଲରେ କଥା ହେଉଥିଲେ । କିଏ ଘର ଲୋକଙ୍କ ସହ କଥା ହେଉଥିଲେ ତ ଆଉ କିଏ ଅପେକ୍ଷା କରିଥିଲେ ଘରେ ପହଞ୍ଚିବାକୁ । ହେଲେ ଏ ଅପେକ୍ଷା ଅପେକ୍ଷାରେ ରହିଗଲା । କିଛି ମୂହୁର୍ତ୍ତ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା । ବାଲେଶ୍ୱର ବାହାନଗ । ଷ୍ଟେସନରେ ହଠାତ ଶୁଭିଲା ପ୍ରଚଣ୍ଡ ଶଦ୍ଦ । ଟ୍ରେନର ବଗିଗୁଡ଼ିକ ସତେ ଯେମିତି ପବନରେ ଉଡିବାକୁ ଲାଗିଲା । ଯାତ୍ରୀମାନେ କିଏ କୁଆଡ଼େ ଛିଟକି ପଡ଼ିଲେ କାହାର ପତା ମିଳିଲାନି । ହୋସରେ ଥିବା ଲୋକ ଜାଣି ପାରିଲେ ଟ୍ରେନଟି ଦୁର୍ଘଟଣା ହୋଇଛି ।

ଦୁର୍ଘଟଣାର ଶଦ୍ଦ ଏତେ ଜୋରରେ ଥିଲା ଯେ ସ୍ଥାନୀୟ ଲୋକେ କେହି କିଛି ବୁଝି ପାରିନଥିଲେ । କିଛି ସମୟ ପରେ ଘଟଣା ଚାରିଆଡ଼େ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଲୋକେ ଓ ସ୍ୱଚ୍ଛୋସେବୀ । ଦେଖିଥିଲେ ଛାତିଥରା ଦୃଶ୍ୟ । ହୋଇଯାଇଥିଲେ ହତବାକ । ଦୃଶ୍ୟ ଏମିତି ଥିଲା ଯେ ଯାତ୍ରୀଙ୍କୁ ଚିହ୍ନିବା ମୁସକିଲ ହୋଇପଡ଼ିଥିଲା । କାହାର ହାତ ନଥିଲା ତ ଆଉ କାହାର ଗୋଡ଼ । କାହାର ମୁଣ୍ଡ ମଧ୍ୟ ଛିଡ଼ି ପଡ଼ିଥିଲା । କିଏ ବଗି ତଳେ ଚାପି ହୋଇ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ ତ ଆଉ କିଏ ସର୍ମ୍ପକୀୟଙ୍କୁ ଖୋଜି କାନ୍ଦୁଥିଲେ । ଚାରିଆଡ଼େ ପଡ଼ିଥିଲା ମୃତ ଓ ଆହତଙ୍କ ଶରୀର । ତଥାପି ଖାତିର କରିନଥିଲେ ଲୋକେ । ଉଦ୍ଧାର ପାଇଁ ଲଗାଇଥିଲେ ସମସ୍ତ ପ୍ରଚେଷ୍ଟା । ଅନ୍ଧାର ପାଇଁ ବଧାପ୍ରାପ୍ତ ହେଉଥିଲା ଉଦ୍ଧାର କାର୍ଯ୍ୟ । ଶତାଧିକ ମୃତାହତଙ୍କୁ ବଗିରୁ ଭିତରୁ ଓ ତଳୁ ରାତିତମାମ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ରାତିସାରା ଛୁଟିଥିଲା ଆମ୍ବୁଲାନ୍ସର ସୁଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..