Masthead

ବାରବାଟୀରେ ବଡ଼ ଲଢ଼େଇ

କଟକ (ବଡ଼ ଖବର ବ୍ୟୁରୋ): ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍। କମ୍ପିବ ବାରବାଟୀ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟିବ ଗ୍ୟାଲେରି । ବାରବାଟୀ ଟି୨୦କୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ସାରା ରାଜ୍ୟରେ ଏବେ କ୍ରିକେଚ୍ ଫିଭର୍ । ଅନେକ ଦିନ ପରେ ବାରବାଟୀରେ ଟି୨୦ ମୁକାବିଲା ଖେଳାଯାଉଛି । ତେଣୁ ଓଡିଶାରେ ଥିବା ଟିମ୍ ଇଣ୍ଡିଆ ଫ୍ୟାନ୍ସ ଏହାକୁ ନେଇ ଖୁବ୍ ଆଶାବାଦୀ । ସେମାନେ ଭାରତ ଜିତିବା ନେଇ ପ୍ରାର୍ଥନା କରୁଛନ୍ତି । ପୂର୍ବରୁ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଜିତିନଥିବା କାରଣରୁ ଏଥର ପରାଜୟର ରେକର୍ଡ ଭାଙ୍ଗିବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି ।

ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ପରାଜୟର କ୍ଷତକୁ ଶୃଙ୍ଖଳା ବିଜୟରେ ବଦ୍‌ଲା ନେବାକୁ ଚାହିଁବ ।  ଆହତ ସମସ୍ୟା ପରେ ଭାରତୀୟ ଦଳକୁ ଫେରିଥିବା ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଉପଅଧିନାୟକ ଶୁବମନ ଗିଲ୍‌ଙ୍କ ଉପସ୍ଥିତିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂର୍ଯ୍ୟଙ୍କ ବ୍ୟକ୍ତିଗତ ଫର୍ମ କିନ୍ତୁ ଦଳ ପାଇଁ ଏକମାତ୍ର ଚିନ୍ତାର କାରଣ ରହିଛି । ଏପଟେ ଏଥର ବାରବାଟୀ ପିଚକୁ ନେଇ ଖୁବ ଚର୍ଚ୍ଚା । ଲାଲ୍‌ ମାଟିରେ ପିଚ୍ ପ୍ରସ୍ତୁତ ହେବା ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା ହୋଇଥିବାରୁ ଜୋରଦାର ଲଢ଼େଇ ଦେଖିବାକୁ ମିଳିପାରେ ।  ସାଧାରଣତଃ ଲାଲ୍‌ ମାଟିରେ ପ୍ରସ୍ତୁତ ପିଚ୍‌ ଅଧିକ ପେସ୍‌ ଓ ବାଉଁଶ ‌ଦେବା ସହ ପାଳିର ବିଳମ୍ବିତ ଭାଗରେ ସ୍ପିନର୍‌ଙ୍କୁ ସୁଯୋଗ ଦେଇଥାଏ ।  କିନ୍ତୁ ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆଶାରେ ଏଭଳି ପିଚ୍‌ ଉପରେ ଭରସା କରାଯାଇଛି।‌ ସେପଟେ ବାରବାଟୀ ମ୍ୟାଚ୍ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମ୍ୟାଚ୍ ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।  ସେପଟେ ବସ୍ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଟେଷ୍ଟ୍ ସିରିଜରେ ଭାରତ ପରାସ୍ତ ହେଲା ପରେ ଦିନିକିଆ ସିରିଜକୁ କରିଥିଲା କବଜା । ସେହିପରି ଟି୨୦ ସିରିଜରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବ । ଅନ୍ୟି ଦଗରେ ଦକ୍ଷିଣ ଆଫ୍ରିକା ମଧ୍ୟ ପଛରେ ନାହିଁ । ସେ ମଧ୍ୟ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବା ପାଇଁ ଚାହିଁ ରହିଛି । ତେଣୁ ସୋମବାର ମଧ୍ୟାହ୍ନରେ ଟିମ୍ ଇଣ୍ଡିଆର ଖେଳାଳି ଏବଂ ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀରେ ଝାଲ ବୁହାଇଛନ୍ତି । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ଯେ ସେମାନେ ବି ଭାରତକୁ କଡା ଟକ୍କର ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ