Masthead

ହାତରେ ମାତ୍ର ୭୦ ଦିନ, ବିଧାୟକ ନ ହେଲେ ଯିବ ମୁଖ୍ୟମନ୍ତ୍ରୀ ପଦ

କୋଲକାତା(ବଡ଼ ଖବର ବ୍ୟୁରୋ): ହାତରେ ମାତ୍ର ୭୦ ଦିନ । ବିଧାୟକ ନ ହେଲେ ଯିବ ମୁଖ୍ୟମନ୍ତ୍ରୀ ପଦ । ଏପଟେ କରୋନା ସ୍ଥିତିକୁ ନଜରରେ ରଖି ଉପନିର୍ବାଚନ ପାଇଁ କୌଣସି ନିଷ୍ପତ୍ତି ନେଉନାହାନ୍ତି ନିର୍ବାଚନ କମିଶନ । ସତ୍ତାକୁ ନେଇ ଚିନ୍ତାରେ ଏବେ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାୟକ ହୋଇ ବିଧାନସଭାକୁ ନିର୍ବାଚିତ ହୋଇ ନଗଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ଯେଉଁ କାରଣରୁ ବାରମ୍ବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଉଛନ୍ତି ତୃଣମୂଳ କଂଗ୍ରେସର ନେତା, ମନ୍ତ୍ରୀ । ଏହାଛଡ଼ା ନିଜେ ମମତା ମଧ୍ୟ ନିର୍ବାଚନ କମିଶନଙ୍କୁ ତୁରନ୍ତ ନିର୍ବାଚନ କରିବାକୁ ଦାବି କରୁଛନ୍ତି । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ତେଣୁ ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ନକରାଯାଉ ବୋଲି କହିଛନ୍ତି ମମତା ବାନାର୍ଜୀ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ଆଗରୁ ମମତାଙ୍କ ଡାହାଣ ହାତ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବା ପରେ ଏହି ଲଢ଼େଇ ଅଧିକ ବଢ଼ିଥିଲା । ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଚ୍ୟାଲେଞ୍ଜ ଦେଇ ନନ୍ଦିଗ୍ରାମରୁ ଲଢ଼ିବାକୁ କହିଥିଲେ । ମମତା ମଧ୍ୟ ନନ୍ଦିଗ୍ରାମରୁ ଲଢ଼େଇ ଜୋରଦାର କରିଥିଲେ । ଦୁଇ ହେଭିୱେଟ ନେତାଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ତେବେ ନନ୍ଦିଗ୍ରାମରୁ ମମତା ବାନାର୍ଜୀଙ୍କ ପରାଜୟ ହୋଇଥିଲା ।

ପରାଜୟ ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ ଦିଦି । କିନ୍ତୁ ବିଧାନସଭାକୁ ନିର୍ବାଚିତ ହୋଇନଥିବା କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇଯିବା ଦରକାର । ନହେଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ । ମମତା ବାନାର୍ଜୀଙ୍କ ୬ ମାସ ପୂରିବାକୁ ଆଉ ୭୦ ଦିନ । ଯଦି ଉପନିର୍ବାଚନ ନହୁଏ ତେବେ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ତେଣୁ ଏବେ ଉପ-ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ଚାପ ପକାଉଛନ୍ତି ଦିଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା