Masthead

ଜୁଆ ନେଲା ଜୀବନ

ରାଇରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର । ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଦୁନ୍ଦୁ ଗ୍ରାମରେ । ମୃତ ଠିକାଦାର ମୁର୍ଷିବାଦର ଅନିଉଲ ଶେଖ । ଅଧିକ ରୋଜଗାର ନିଶା କେତେ ଭୟଙ୍କର ହୋଇପାରେ ତାହା ଏହି ଘଟଣାକୁ ପ୍ରମାଣିତ କରୁଛି । ପଶ୍ଚିମବଙ୍ଗର ମୁର୍ଷିଦାବାଦରୁ ଅନିଉଲ ରୋଜଗାର ପାଇଁ ଆସିଥିଲେ ବହଳଦାକୁ । ରାଜମିସ୍ତ୍ରୀ କାମ କରିବା ସହ ନିଜେ ପାଲଟି ଯାଇଥିଲେ ଠିକାଦାର । ବେସରକାରୀ କୋଠା ନିର୍ମାଣ କରି ବହୁ ଟଙ୍କା ରୋଜଗାର କରୁଥିଲେ । ଆଇପିଏଲ କ୍ରିକେଟ ମ୍ୟାଚରେ ଲକ୍ଷାଧିକ ଟଙ୍କା ଝାଡ଼ଖଣ୍ଡର ଟାଟାନଗର ବୁକି ପାଖରେ ବାଜି ଲଗାଇ ହାରି ଯାଇଥିଲେ । କାମ କରୁଥିବା ଶ୍ରମିକଙ୍କୁ ତାଙ୍କ ପଇସା ଦେଇ ପାରୁନଥିଲେ । ବିଭିନ୍ନ ଲୋକଙ୍କ ପାଖରୁ କାମ ପାଇଁ ଅଗ୍ରୀମ ଟଙ୍କା ନେଇ କାମ କରି ନ ପାରି ମାନସିକ ଭାରସାମ୍ୟ ହରାଇଥିଲେ । ଅନିଉଲ ଶେଖଙ୍କ ସହ ରହୁଥିବା ଶ୍ରମିକମାନେ କାମରୁ ଫେରି ଠିକାଦାରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ବହଳଦା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ