Masthead

ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ, ନଭେମ୍ବର ୧୫ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟିମ୍ ଇଣ୍ଡିଆର ବଡ଼ ବିଜୟ । ବିଶ୍ବକପରେ ଲିଗ ମ୍ୟାଚରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଥିଲା ଦଳ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ।

ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍‌ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟ୍‌ରେ ଏପର୍ଯ୍ୟନ୍ତ ଭାରତ ଅପରାଜିତ ରହିଛି। ସେ ସମସ୍ତ ୯ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛି। ଏହି ଲିଗ୍‌ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ଥାନ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡକୁ ଭାରତ ପରାସ୍ତ କରିଛି। ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ୧୮ ପଏଣ୍ଟ ପାଇଛି। ସେ ଗ୍ରୁପ୍ ରାଉଣ୍ଡରେ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର