Masthead

ମାଟିରେ ମିଶିଲା ୩ ଆତଙ୍କବାଦୀଙ୍କ ଘର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଉ ୩ ଆତଙ୍କବାଦୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ । କାଶ୍ମୀରରେ ମାଟିରେ ମିଶିଲା ଆଉ ୩ ଆତଙ୍କବାଦୀଙ୍କ ଘର । ସୋପିଆନ ଓ ପୁଲୱାମାରେ ୩ ଲସ୍କର ଆତଙ୍କୀଙ୍କ ଘର ମାଟିରେ ମିଶିଲା । ପହଲଗାମ ହମଲା ପରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ । ଗତକାଲି ୨ ଆତଙ୍କୀର ଘର ଉଡ଼ାଇଥିଲେ ସୁରକ୍ଷାକର୍ମୀ । ଆକ୍ରମଣରେ ସମ୍ପୃକ୍ତି ଥିବା ଜମ୍ମୁକାଶ୍ମୀରର ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ସେମାନଙ୍କ ଘର ଉଡାଉଛି ଭାରତୀୟ ସେନା । ଆତଙ୍କୀ ଲିଙ୍କ ଥିବା ଅଭିଯୋଗ ଆସିବା ପରେ ସାଙ୍ଗେ ସାଙ୍ଗେ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ଯବାନ । ଆଜି ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ କୁଟ୍ଟେ ଓ ଜାକିର ଗନୀର ଘରକୁ ମାଟିରେ ମିଶାଇ ଦିଆଯାଇଛି ।

ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୩ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି । ପୁଲୱାମା, ସୋପିଆନ୍, କୁଲଗାମରେ ଆତଙ୍କୀ ଘର ଧୂଳିସାତ୍ କରାଯାଇଥିବା ବେଳେ ଗତକାଲି ୨ ଆତଙ୍କୀଙ୍କ ଘର ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ଆତଙ୍କବାଦୀ ଆଦିଲ ହୁସେନ ଥୋକର ଏବଂ ଆତଙ୍କବାଦୀ ଆଶିଫ ଶେଖ୍ ର ଘରକୁ ବି ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ବିଜବେହରା ଏବଂ ତ୍ରାଲରେ ଥିବା ଘରକୁ ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ