Before Header

ଏ ଯାଏଁ ମିଳିନି ନିଖୋଜ ଛାତ୍ରଙ୍କ ପତ୍ତା

0 22

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତକାଲି ଡ୍ରେନ ପାଣିରେ ଭାସିଯାଇଥିବା ୧୫ ବର୍ଷ ଛାତ୍ରର ଏ ଯାଏଁ କୌଣସି ପତ୍ତା ମିଳିନାହିଁ । ଟ୍ୟୁସନ୍ ଯାଉଥିବା ବେଳେ ଭୁବନେଶ୍ୱର ଏକ ନାଳରେ ଭାସି ଯାଇଥିଲେ ଜଣେ ଦଶମ ଶ୍ରେଣୀର ଛାତ୍ର ।  ରାଜଧାନୀରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଘଟଣା । ଡ୍ରେନ ପାଣିରେ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର ।

୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଡ୍ରେନରେ ଭାସି ଯାଇଥିବା ବେଳେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳି ନାହିଁ । ସୂଚନା ଅନୁସାରେ, ଟ୍ୟୁସନ ଯାଉଥିବା ବେଳେ ଗୋଡ ଖସି ଡ୍ରେନ ଭିତରକୁ ଚାଲିଯାଇଥିଲେ। ଫଳରେ ଡ୍ରେନପାଣିରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟଜାରି ରହିଛି। ସରସ୍ଵତୀ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀରେ ପଢନ୍ତି ଜ୍ୟୋତି ।

Leave A Reply

Your email address will not be published.