Masthead

ଭାରତୀୟ ସେନାକୁ ମିଳିବ ଜେଟପ୍ୟାକ୍ ସୁଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସେନାକୁ ମିଳିବ ଜେଟ୍‌ପ୍ୟାକ୍‌ ସୁଟ୍‌ । ଏହି ସୁଟ୍‌ରେ ଏକ ଛୋଟ ତଥା ଶକ୍ତିଶାଳୀ ଇଞ୍ଜିନ ରହିଛି। ଫଳରେ ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ବେଶ୍‌ କିଛିସମୟ ଧରି ଆକାଶରେ ଉଡ଼ି ପାରିବ। ଏହି ସୁଟ୍‌କୁ ବ୍ରିଟେନ୍‌ର ଏକ କମ୍ପାନୀ ନିର୍ମାଣ କରିଥିବା ଜଣାପଡ଼ିଛି। ଏହି ସୁଟ୍‌ର ପରୀକ୍ଷା ଆରମ୍ଭ ହୋଇଥିବା ସେନା ତରଫରୁ ସୂଚନା ଦିଆଯାଇଛି। ଆଗ୍ରାରେ ବ୍ରିଟେନ୍ କମ୍ପାନୀର ଇଞ୍ଜିନିୟରମାନେ ଏହି ସୁଟ୍‌କୁ ପିନ୍ଧି କିପରି ଉଡ଼ିହେବ ସେ ସମ୍ପର୍କରେ ଭାରତୀୟ ସେନାଧିକାରୀଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରୁଥିବା ଜଣାପଡ଼ିଛି।ଏହି ସୁଟ୍‌ରେ ୩ଟି ଇଞ୍ଜିନ ରହିଥିବା ଜଣାପଡ଼ିଛି। ଗୋଟିଏ ଇଞ୍ଜିନ୍‌ ସୁଟ୍‌ର ପଛଭାଗରେ ରହିଥିବା ବେଳେ ଆଉ ଦୁଇଟି ଇଞ୍ଜିନ୍‌ ସୁଟ୍‌ର ଦୁଇହାତରେ ରହିଛି। ସୁଟ୍‌ର ସର୍ବାଧିକ ଓଜନ ୪୦ କେଜି ରହିଥିବା ବେଳେ ପରୀକ୍ଷା ପାଇଁ ଭାରତୀୟ ସେନାକୁ ୪୮ଟି ସୁଟ୍‌ ମିଳିଛି। ସୁଟ୍‌ରେ ଘଣ୍ଟାକୁ ୫୦ କିମି ବେଗରେ ଉଡି ହେବ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ