Masthead

ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ଥାନ ଓ ତାଲିବାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବଳି ପଡିଲେ ଭାରତୀୟ ଫଟୋଗ୍ରାଫର ଦାନିଶ। ଫଟୋଗ୍ରାଫିରେ ସେ ପୁଲିଟଜର୍‌ ପୁରସ୍କାର ପାଇଥିଲେ । ଦାନିଶ ସିଦ୍ଦିକି ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କଭର୍‌ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।

ସିଦ୍ଦିକି ମୁମ୍ବାଇର ବାସିନ୍ଦା ଥିଲେ। ସେ ରିୟୁଟର୍ସ ନ୍ୟୁଜ୍ ଏଜେନ୍ସିର ଫଟୋଗ୍ରାଫି କର୍ମଚାରୀ ଥିଲେ। ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ସେ ୨୦୦୭ରେ ଜାମିଆର ଏଜେକେ ମାସ୍‌ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରରୁ ମାସ କମ୍ୟୁନିକେସନ୍‌ରେ ଡିଗ୍ରୀ ହାସଲ କରିଥିଲେ। ସେ ଟେଲିଭିଜନ୍ ନ୍ୟୁଜ୍ ସମ୍ବାଦଦାତା ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଫଟୋଗ୍ରାଫ୍ ସାମ୍ବାଦିକତାକୁ ଯାଇଥିଲେ। ୨୦୧୦ରେ ସେ ରିୟୁଟର୍ସରେ ଯୋଗ ଦେଇଥିଲେ।

ଆଫଗାନିସ୍ତାନର ରାଷ୍ଟ୍ରଦୂତ ଟୁଇଟ୍‌ କରି କହିଛନ୍ତି ଯେ, “କାନ୍ଦାହାରରେ ଜଣେ ବନ୍ଧୁ ଦାନିଶ୍ ସିଦ୍ଦିକିଙ୍କ ହତ୍ୟା ଖବର ଅତ୍ୟନ୍ତ ଦୁଃଖଦାୟକ । ଭାରତୀୟ ସାମ୍ବାଦିକ ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଜଡିତ ଥିଲେ। ତାଙ୍କ ସହିତ କାବୁଲ ଯିବାର ୨ ସପ୍ତାହ ପୂର୍ବରୁ ଭେଟ ହୋଇଥିଲା ବୋଲି ସେ କହିଥିଲେ। ତାଙ୍କ ପରିବାରକୁ ମୋର ସମବେଦନା।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ପୁଣି ରେଲୱେ ଟ୍ରାକରେ ଆଇଡି ବିସ୍ଫୋରଣ