ସଶକ୍ତ ହେଉଛି ଭାରତର ବଳ,ବାୟୁସେନାରେ ସାମିଲ ହେଲା ସି-୨୯୫ ବିମାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆହୁରି ସଶକ୍ତ ହେଉଛି ଭାରତର ବଳ । ଭାରତୀୟ ବାୟୁସେନାରେ ଯୋଡି ହୋଇଛି ସି-୨୯୫ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ ଡ୍ରୋନ ଶକ୍ତି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୁଇ ଦିନିଆ ଏହି କାର୍ଯ୍ୟକ୍ରମକୁ ଡିଆରଡିଓ ଫେଡେରେସନ ଅଫ ଇଣ୍ଡିଆ ଓ ଭାରତୀୟ ବାୟୁସେନାର ମିଳିତରେ ଆୟୋଜନ କରାଯାଇଥିଲା । ଏଥିରେ ବୈଷୟିକ ସାମରିକ ବିମାନ ଉଡାଣ ବିମାନ ସି-୨୯୫ କୁ ସରକାରୀ ମାନ୍ୟତା ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବାୟୁସେନା ମୁଖ୍ୟ ବି ଆର ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଭାରତ ଡ୍ରୋନ ଶକ୍ତି ୨୦୨୩ର ଏହି ପ୍ରଦର୍ଶନୀରେ ଡ୍ରୋନ ଉଡାଯାଇଥିଲା ।

ଏହି ଇଭେଂଟରେ ୫୦ରୁ ଅଧିକ ଡ୍ରୋନର ଲାଇଭ ଏରିଲ୍ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ପୂର୍ବରୁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ କମ୍ପାନୀ ଭାରତକୁ ସି-୨୯୫ ବିମାନ ହସ୍ତାନ୍ତର କରିଥିଲା । ସମୁଦାୟ ୫୬ଟି ସି-୨୯୫ ବିମାନ ବାୟୁସେନାରେ ଅନ୍ତର୍ଭୁକ୍ତ ହେବ, ସେଥିମଧ୍ୟରୁ ୪୦ଟି ‘ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ଭାରତରେ ଉତ୍ପାଦିତ ହେବ। ଏହି ବିମାନଗୁଡ଼ିକ ଟାଟା ଏବଂ ଏୟାରବସ୍ ମିଳିତ ଭାବରେ ପ୍ରସ୍ତୁତ ହେବ। ତେବେ ଭାରତର ବଢୁଥିବା ଏହି ସାମରିକ ଶକ୍ତି ଆଗାମୀ ଦିନମାନଙ୍କରେ ପଡୋଶୀ ଶତ୍ରୁମାନଙ୍କୁ ମାତ୍ ଦେବାରେ ସହାୟକ ହେବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’