Masthead

ସଶକ୍ତ ହେଉଛି ଭାରତର ବଳ,ବାୟୁସେନାରେ ସାମିଲ ହେଲା ସି-୨୯୫ ବିମାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆହୁରି ସଶକ୍ତ ହେଉଛି ଭାରତର ବଳ । ଭାରତୀୟ ବାୟୁସେନାରେ ଯୋଡି ହୋଇଛି ସି-୨୯୫ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ ଡ୍ରୋନ ଶକ୍ତି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୁଇ ଦିନିଆ ଏହି କାର୍ଯ୍ୟକ୍ରମକୁ ଡିଆରଡିଓ ଫେଡେରେସନ ଅଫ ଇଣ୍ଡିଆ ଓ ଭାରତୀୟ ବାୟୁସେନାର ମିଳିତରେ ଆୟୋଜନ କରାଯାଇଥିଲା । ଏଥିରେ ବୈଷୟିକ ସାମରିକ ବିମାନ ଉଡାଣ ବିମାନ ସି-୨୯୫ କୁ ସରକାରୀ ମାନ୍ୟତା ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବାୟୁସେନା ମୁଖ୍ୟ ବି ଆର ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଭାରତ ଡ୍ରୋନ ଶକ୍ତି ୨୦୨୩ର ଏହି ପ୍ରଦର୍ଶନୀରେ ଡ୍ରୋନ ଉଡାଯାଇଥିଲା ।

ଏହି ଇଭେଂଟରେ ୫୦ରୁ ଅଧିକ ଡ୍ରୋନର ଲାଇଭ ଏରିଲ୍ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ପୂର୍ବରୁ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ କମ୍ପାନୀ ଭାରତକୁ ସି-୨୯୫ ବିମାନ ହସ୍ତାନ୍ତର କରିଥିଲା । ସମୁଦାୟ ୫୬ଟି ସି-୨୯୫ ବିମାନ ବାୟୁସେନାରେ ଅନ୍ତର୍ଭୁକ୍ତ ହେବ, ସେଥିମଧ୍ୟରୁ ୪୦ଟି ‘ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ଭାରତରେ ଉତ୍ପାଦିତ ହେବ। ଏହି ବିମାନଗୁଡ଼ିକ ଟାଟା ଏବଂ ଏୟାରବସ୍ ମିଳିତ ଭାବରେ ପ୍ରସ୍ତୁତ ହେବ। ତେବେ ଭାରତର ବଢୁଥିବା ଏହି ସାମରିକ ଶକ୍ତି ଆଗାମୀ ଦିନମାନଙ୍କରେ ପଡୋଶୀ ଶତ୍ରୁମାନଙ୍କୁ ମାତ୍ ଦେବାରେ ସହାୟକ ହେବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ