Masthead

ଆଜିଠୁ ଆରମ୍ଭ ହେବ ଶିଳ୍ପ ବିପ୍ଲବ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଉତ୍କର୍ଷ ଓଡ଼ିଶା-ମେକ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଭୁବନେଶ୍ବର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ । ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହେବ ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ । ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଯେ, ବିଗତ ଦୁଇ ଦଶନ୍ଧୀ ଧରି ଶିଳ୍ପ ମରୁଭୂମି ପାଲଟିଥିଲା ଓଡ଼ିଶା । ଶିଳ୍ପପତିମାନଙ୍କୁ ଧରି ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ ମୋଦି । ପୂର୍ବରୁ କେବଳ ମେଟାଲ ଶିଳ୍ପରେ ସୀମିତ ଥିଲା ମେକ୍‌ ଇନ୍‌ ଓଡ଼ିଶା ଓ ଏଥର ସେମି କଣ୍ଡକ୍ଟର, ଗ୍ରୀନ ଏନର୍ଜି, ରିନେବୁଲ ଏନର୍ଜି ଭଳି ସବୁ କ୍ଷେତ୍ରରେ ଫୋକସ୍ କରାଯାଇଛି ଓ ଓଡ଼ିଶାର ପ୍ରତି ଜିଲ୍ଲାରେ ଖୋଲିବ ଶିଳ୍ପାନୁଷ୍ଠାନ। ଉତ୍କର୍ଷ ଓଡିଶା ଯୁଗାନ୍ତକାରୀ ଓ ଏତିହାସିକ ହେବ । ଉତ୍କର୍ଷ ଓଡ଼ିଶା- ମେକ୍‌ ଇନ୍‌ ଓଡ଼ିଶା କନ୍‌ କ୍ଲେଭରେ ୪ଟି ସେସନ ହେବ । ଏଥି ସହ ୧୬ଟି କ୍ଷେତ୍ରୀୟ ସେସନ ମଧ୍ୟ ରହିଛି । ମୋହନ ସରକାରରେ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ ଶିଳ୍ପ ସଂସ୍ଥାକୁ ସିଙ୍ଗଲ ଓ୍ବିଣ୍ଡୋ ଅନୁମୋଦନ ମିଳିଛି ।

ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଜନତା ମଇଦାନରେ ଚାଲିବ ଉତ୍କର୍ଷ ଓଡ଼ିଶା । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୦ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ ମୋଦି । ୧୧ଟାରୁ ୧୨ଟା ୩୦ ଯାଏଁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବେ । ଦିନ ୧୨ଟା ୩୫ରେ ଜନତା ମଇଦାନରୁ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ । ୧୨ଟା ୫୫ରେ ପ୍ରଧାନମନ୍ତ୍ରୀ ପୁଣି ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଏସପିଜି । ଉତ୍କର୍ଷ ଓଡ଼ିଶା କାର୍ୟ୍ୟକ୍ରମ ପାଇଁ ମୋଟ୍‌ ୬୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି ୪ଶହରୁ ଅଧିକ ଅଫିସର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ