Masthead

‘ଅଶାନ୍ତି ସୃଷ୍ଟି କଲେ ଘରେ ପଶିକି ଆତଙ୍କୀଙ୍କୁ ମାରିବୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶ ଭିତରେ ଶାନ୍ତି ନଷ୍ଟ କଲେ କ୍ଷମା କରିବୁ ନାହିଁ । ଆତଙ୍କୀ କାର୍ୟ୍ୟକଳାପରେ ଲିପ୍ତ ରହି ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ହିସାବ-ନିକାସ କରାଯିବ । ପାକିସ୍ତାନରେ ଲୁଚି କରି ବସିଲେ ବି ଘରେ ପଶିକି ମାରିବୁ । ଦେଶର ଶାନ୍ତି ରକ୍ଷା ପାଇଁ ସରକାର କୌଣସି ବି ସ୍ତରକୁ ଯାଇପାରନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କିଛି ରୋକଠୋକ୍ ଶୁଣାଇଛନ୍ତି ।

ଜାତୀୟ ଗଣମାଧ୍ୟମର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କ ସୃଷ୍ଟି କରୁଥିବା ପାକିସ୍ତାନକୁ ସିଧାସଳଖ ଏବଂ କଡ଼ା ବାର୍ତ୍ତା ଦେଇଛନ୍ତି। ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିଆନ୍’ ନିଜ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଦେଶମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ରଣନୀତି ଅନୁଯାୟୀ ଭାରତ ସରକାର ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବରକାଗଜର ଏହି ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଧାସଳଖ ଖଣ୍ଡନ କରିଛି।

ବୈଦେଶିକ ମନ୍ତ୍ରାଳୟ ଏହି ରିପୋର୍ଟକୁ ମିଥ୍ୟା ବୋଲି କହିବା ସହ ଏହାକୁ ଭାରତ ବିରୋଧୀ ପ୍ରଚାର ବୋଲି କହିଛି। ଏହା ପୂର୍ବରୁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ଅଧିକାରୀ ଦାବି କରିଥିଲେ ଯେ ଭାରତ ସେହି ଲୋକଙ୍କ ମାନଙ୍କୁ ଟାର୍ଗେଟ୍ କରିଛି ଯେଇଁ ମାନେ ଭାରତର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୯ ପୁଲଓ୍ବାମା ହମଲା ପରେ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ ଆହୁରି ସକ୍ରିୟ ହୋଇଛି । ଭାରତ ବିରୋଧ ଷଡ଼ଯନ୍ତ୍ର କରୁଥିବା ପ୍ରାୟ ୨୦ରୁ ଅଧିକ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ