‘ଅଶାନ୍ତି ସୃଷ୍ଟି କଲେ ଘରେ ପଶିକି ଆତଙ୍କୀଙ୍କୁ ମାରିବୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶ ଭିତରେ ଶାନ୍ତି ନଷ୍ଟ କଲେ କ୍ଷମା କରିବୁ ନାହିଁ । ଆତଙ୍କୀ କାର୍ୟ୍ୟକଳାପରେ ଲିପ୍ତ ରହି ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ହିସାବ-ନିକାସ କରାଯିବ । ପାକିସ୍ତାନରେ ଲୁଚି କରି ବସିଲେ ବି ଘରେ ପଶିକି ମାରିବୁ । ଦେଶର ଶାନ୍ତି ରକ୍ଷା ପାଇଁ ସରକାର କୌଣସି ବି ସ୍ତରକୁ ଯାଇପାରନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କିଛି ରୋକଠୋକ୍ ଶୁଣାଇଛନ୍ତି ।

ଜାତୀୟ ଗଣମାଧ୍ୟମର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କ ସୃଷ୍ଟି କରୁଥିବା ପାକିସ୍ତାନକୁ ସିଧାସଳଖ ଏବଂ କଡ଼ା ବାର୍ତ୍ତା ଦେଇଛନ୍ତି। ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିଆନ୍’ ନିଜ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଦେଶମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ରଣନୀତି ଅନୁଯାୟୀ ଭାରତ ସରକାର ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବରକାଗଜର ଏହି ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଧାସଳଖ ଖଣ୍ଡନ କରିଛି।

ବୈଦେଶିକ ମନ୍ତ୍ରାଳୟ ଏହି ରିପୋର୍ଟକୁ ମିଥ୍ୟା ବୋଲି କହିବା ସହ ଏହାକୁ ଭାରତ ବିରୋଧୀ ପ୍ରଚାର ବୋଲି କହିଛି। ଏହା ପୂର୍ବରୁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ଅଧିକାରୀ ଦାବି କରିଥିଲେ ଯେ ଭାରତ ସେହି ଲୋକଙ୍କ ମାନଙ୍କୁ ଟାର୍ଗେଟ୍ କରିଛି ଯେଇଁ ମାନେ ଭାରତର ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୯ ପୁଲଓ୍ବାମା ହମଲା ପରେ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ ଆହୁରି ସକ୍ରିୟ ହୋଇଛି । ଭାରତ ବିରୋଧ ଷଡ଼ଯନ୍ତ୍ର କରୁଥିବା ପ୍ରାୟ ୨୦ରୁ ଅଧିକ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’