Before Header

ରାଜ୍ୟରେ କମିଲା ସଂକ୍ରମଣ

0 89

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କମିଲା ସଂକ୍ରମଣ ହାର । ଆଜି ରାଜ୍ୟରେ ୯ହଜାର ୭୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୫୩୪, ଲୋକାଲ କେସ ରହିଛି ୪୨୫୯ । ସେପଟେ ଆଜି ସୁସ୍ଥ ହୋଇଛନ୍ତି ୯୭୦୬ ଜଣ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, କଳାହାଣ୍ଡିରୁ ୨୨୪, ସମ୍ବଲପୁରରୁ ୩୫୬, ଅନୁଗୁଳରୁ ୫୨୬, ବରଗଡ଼ରୁ ୨୭୦, ବାଲେଶ୍ୱରରୁ ୩୧୪, ଭଦ୍ରକରୁ ୫୨, ପୁରୀରୁ ୩୫୧, ଷ୍ଟେଟ ପୁଲରୁ ୨୮୦, ଯାଜପୁରରୁ ୩୭୬,ଗଞ୍ଜାମରୁ ୨୭୬, ଝାରସୁଗୁଡାରୁ ୪୦୪, ନୂଆପଡାରୁ ୪୦୧, ନବରଙ୍ଗପୁରରୁ ୩୦୨, ବଲାଙ୍ଗିରରୁ ୩୪୨, ମୟୁରଭଞ୍ଜରୁ ୧୯୯, ରାୟଗଡାରୁ ୧୪୮, ନୟାଗଡରୁ ୨୫୪ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରପଡାରୁ ୧୫୮, କେନ୍ଦୁଝରରୁ ୨୪୪, ଜଗତସିଂହପୁରରୁ ୧୮୯, ସୋନପୁରରୁ ୧୪୦, ଢେଙ୍କାନାଳରୁ ୯୧, କୋରାପୁଟରୁ ୧୭୪, ବୌଦ୍ଧରୁ ୧୫୨, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ମାଲକାନାଗିରିରୁ ୬୩, ଦେବଗଡରୁ ୧୨୫ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୫୪ହଜାର ୬୬୬ରେ ପହଞ୍ଚିଛି । ସୁସ୍ଥ ହେଲେଣି ୪ଲକ୍ଷ ୫୭ହଜାର ୫୬୯ଜଣ । ଆକ୍ଟିଭ କେସ୍ ରହିଛି ୯୪ହଜାର ୮୨୯ । ସେହିପରି ରାଜ୍ୟରେ ୧୮ଜୀବନ ନେଇଛି କରୋନା । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪, ଖୋର୍ଦ୍ଧାରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ପୁରୀ, ଦେବଗଡ, ବୌଦ୍ଧ, ମାଲକାନାଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ମୋଟ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ।

Leave A Reply

Your email address will not be published.