Masthead

ଦିନ ଗଢ଼ୁଛି, ଦ୍ୱନ୍ଦ ବଢ଼ୁଛି, ଦଳଡିଆଁ ଲାଗିରହିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ । ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ଗ୍ରାଉଣ୍ଡରେ ବିଜେଡି,ବିଜେପି ଓ କଂଗ୍ରେସର ମାଳମାଳ ନେତାମନ୍ତ୍ରୀ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କାହାକୁ ମିଳିବ ଟିକେଟ୍ ଓ କିଏ ହେବ ପ୍ରାର୍ଥୀ ? ଦିନରାତି ଲାଗିଛି ଅଙ୍କକଷା ହେଲେ ଛିଣ୍ଡିପାରୁନାହିଁ ରାଜନୈତିକ ଗଣିତ । ଦିନ ଗଢ଼ୁଛି, ଦ୍ୱନ୍ଦ ବଢୁଛି ଓ ଦଳଡିଆଁ ଲାଗିରହିଛି ।

ବିଧାନସଭା କାର୍ଯ୍ୟଦିବସ ସରିବାକୁ ସମସ୍ତେ ଅପେକ୍ଷା କରିଥିଲେ । ଏବେ ସମସ୍ତଙ୍କ ନଜର ପଡ଼ିଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚଳ ମଣ୍ଡଳୀ ଉପରେ । ଏହି ଉପନିର୍ବାଚନ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଉପନିର୍ବାଚନକୁ ହାତେଇବା ପାଇଁ କଳ,ବଳ,କୌଶଳ ପ୍ରଦର୍ଶନ ଦେଖିବାକୁ ମିଳୁଛି । କିଏ କାହାଠୁ ପଛରେ ରହିବାକୁ ଚାହୁଁନାହାନ୍ତି । ରାଜନୈତିକ କର୍ମକର୍ତ୍ତା ଗ୍ରାଉଣ୍ଡରେ ଡେରା ପକାଇ ପାଗ ଭିଡିବା ଆରମ୍ଭ କଲେଣି । ଦେଖିବାକୁ ବାକି ରହିଲା କିଏ କେଉଁ ଦଳରୁ ଟିକେଟ୍ ପାଉଛି ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ନାମଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୭ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ୧୯ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଆସନ୍ତା ମାସ ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ ଓ ୧୦ରେ ଭୋଟ ଗଣତି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ