Masthead

ଗରିବୀର ହତ୍ୟା ନୁହେଁ ଗରିବର ହତ୍ୟା ହେଉଛି: ସିଭି ଆନନ୍ଦ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଶନିବାର ପଞ୍ଚାୟତ ନିର୍ବାଚନରେ ଘଟିଛି ବ୍ୟାପକ ହିଂସା । ହିଂସାକୁ ଦେଖି ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି , ବାସ୍ତବିକ ଏହା ବହୁତ ଚିନ୍ତାଜନକ । ଘଟଣାସ୍ଥଳର ଚିତ୍ର ଦେଖିବା ପରେ ମୁଁ ବହୁତ ମର୍ମାହତ । ନିର୍ବାଚନରେ ବ୍ୟାପକ ହିଂସା, ହତ୍ୟା ଆଦି ଘଟଣା ମୋତେ ବିବ୍ରତ କରି ଦେଇଛି । ସେ କହିଛନ୍ତି ଯେଉଁଠି ଗରିବୀର ହତ୍ୟା ହେବା କଥା ସେଠି ଗରିବଙ୍କୁ ହତ୍ୟା କରାଯାଉଛି । ପଶ୍ଚିମବଙ୍ଗ ଯାହା ଚାହୁଁଛି ତାହାର ବିପରୀତ ହେଉଛି ।

ସମାଜରେ ଶାନ୍ତିର ଅଭାବ ଆଗାମୀ ପିଢିକୁ ପ୍ରଭାବିତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ରାଜନୀତି ହେଉ କିନ୍ତୁ ଏଥିରେ ହିଂସାର ସୂତ୍ରପାତ ନ ହେଉ । ମୋ ହିଂସା ଓ ଆପଣଙ୍କ ହିଂସା ଏଭଳି କୌଣସି ଜିନିଷ ନାହିଁ । ହିଂସା ତ ହିଂସା ହିଂସାକାରୀ ହତ୍ୟା ଚାହୁଁଛନ୍ତି, ସେମାନେ ରାଜ୍ୟରେ ଖାଦ୍ୟାଭାବ ଘଟୁ ବୋଲି ଚାହୁଁଛନ୍ତି, ଗୁଳି ଗୋଳା ବାରୁଦ ଲାଗି ସେମାନେ ଭୋକିଲା ଅଛନ୍ତି । ଏପରି ସ୍ଥିତି ରାଜ୍ୟବାସୀଙ୍କ ଲାଗି ଆଦୌ ଶୁଭଙ୍କର ନୁହେଁ ।

ଆମେ ଯୁଦ୍ଧ ପରିବର୍ତ୍ତେ ଶାନ୍ତିରେ କାମ କରିବା ଉଚିତ । ନିର୍ବାଚନ ହିଂସାରେ ଆହତ ହୋଇ ଉତ୍ତର ପ୍ରଗଣା ଜିଲ୍ଲାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ଆହତଙ୍କୁ ଭେଟିବା ପରେ ରାଜ୍ୟପାଳ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜୀବ ସିହ୍ନାଙ୍କୁ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରିବାକୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ