Before Header

ରାଜ୍ୟରେ ୨୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0 25

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ବି ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୧ ହଜାର ୪୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୪୩୯ ଚିହ୍ନଟ ହୋଇଥିବା ବେଳେ ୫୦୫୯ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଉ ୨୫ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା, କଳାହାଣ୍ଡିରୁ ୪, ଅନୁଗୁଳରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ା, ସୁନ୍ଦରଗଡ଼, ଗଞ୍ଜାମରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର, ବୌଦ୍ଧ, କଟକ, କେନ୍ଦୁଝର, ଢେଙ୍କାନାଳ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୪୦୩କୁ ବୃଦ୍ଧି ପାଛି ।

ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଅନୁଗୁଳରୁ ୮୬୭, ବରଗଡ଼ରୁ ୩୯୫, ଭଦ୍ରକରୁ ୧୩୪, ବାଲେଶ୍ୱରରୁ ୫୨୪, ବଲାଙ୍ଗୀରରୁ ୨୯୪, ବୌଦ୍ଧରୁ ୩୧୩, ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୨୫୧, ଗଜପତିରୁ ୮୬, ଗଞ୍ଜାମରୁ ୨୨୮, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୨୪୭ , କଳାହାଣ୍ଡିରୁ ୨୦୫, କନ୍ଧମାଳରୁ ୧୦୧, କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, କୋରାପୁଟରୁ ୨୬୬, ମାଲକାନଗିରିରୁ ୧୧୦, ମୟୂରଭଞ୍ଜରୁ ୫୩୮, ନବରଙ୍ଗପୁରରୁ ୩୪୬, ନୟାଗଡ଼ରୁ ୩୮୨, ନୂଆପଡ଼ାରୁ ୧୫୨, ପୁରୀରୁ ୪୨୪, ରାୟଗଡ଼ାରୁ ୨୩୩, ସମ୍ବଲପୁରରୁ ୩୯୩, ସୋନପୁରରୁ ୨୧୭, ସୁନ୍ଦରଗଡ଼ରୁ ୭୦୩ଜଣ ଓ ଷ୍ଟେଟ୍ ପୁଲରୁ ୨୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫, ୮୯୯ରେ ପହଞ୍ଚିଥିବା ବେଳେ ୫,୪୬,୬୩୧ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧ଲକ୍ଷ ୬୮୧୨ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି ।

Leave A Reply

Your email address will not be published.