Before Header

ଭାସମାନ ସୌରବିଦ୍ୟୁତ ପ୍ଲାଣ୍ଟ

0 22

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଆଧୁନିକ ଯୁଗର ଟେକ୍ନୋଲୋଜି ଏବେ ବହୁ ଆଗରେ । ପ୍ରତ୍ୟେକ ଜିନିଷର ସଦଉପଯୋଗ କରୁଛି ମଣିଷ । ଜଳକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ । ଜଳରୁ ବିଦ୍ୟୁତ ଉତ୍ପନ୍ନ କରାଯାଏ । ତେବେ ଜଳସ୍ତରର ଉପରଭାଗକୁ ବି ବ୍ୟବହାର କରି ବିଦ୍ୟୁତ ଉତ୍ପନ୍ନ କରିବାରେ ସଫଳ ହେଲାଣି ମଣିଷ । ଆଉ ଏହା ମଧ୍ୟରେ ଏବେ ଭାରତରେ ହେବାକୁ ଯାଉଛି ସବୁଠୁ ବଡ଼ ଭାସମାନ ବିଦ୍ୟୁତ ଉତ୍ପାଦନ କ୍ଷେତ୍ର । କଣ ଓ କିପରି ଏହା ସମ୍ଭବ ହେବ ତାହା ଉପରେ ନଜର ପକାନ୍ତୁ । ଜଳରୁ ବିଦ୍ୟୁତ ଉତ୍ପନ୍ନ ହୁଏ । କିନ୍ତୁ ଜଳର ଉପରସ୍ତରକୁ ବି ବ୍ୟବହାର କରି ବିଦ୍ୟୁତ ଉତ୍ପନ୍ନ କରାଯାଉଛି । ଭାରତ ଅନ୍ୟ ଏକ ସଫଳତାର ଶୀର୍ଷରେ ପୁଣି ପହଞ୍ଚିବାକୁ ଯାଉଛି । ପ୍ରତ୍ୟେକ ଦିନ ସବୁ କିଛିର ଦରଦାମ ବଢ଼ୁଥିବା ବେଳେ ବିଦ୍ୟୁତ ଦାମ ବି ବଢ଼ିବାରେ ଲାଗିଛି । ଯାହାର ଅନ୍ୟ ଏକ ଉପାୟ ବି ଖୋଜି ପାଇଛି ମଣିଷ ।

ପ୍ରତିଦିନ ମାଗଣାରେ ଉପଲବ୍ଧ ହେଉଥିବା ସୂର୍ଯ୍ୟ କିରଣରୁ ବିଦ୍ୟୁତ ଯୋଗାଡ଼ କରାଯାଉଛି । ତେବେ ସୂର୍ଯ୍ୟ କିରଣରୁ ବିଦ୍ୟୁତ ଉପଲବ୍ଧ କରିବାରେ ଆଉ ଏକ ପାଦ ଆଗକୁ ବଢ଼ିଛି ଆଧୁନିକ ଟେକ୍ନୋଲୋଜି । ଜଳର ଉପରଭାଗକୁ ଏବେ ବ୍ୟବହାର କରି ବିଦ୍ୟୁତ ଯୋଗାଡ଼ କରାଯାଉଛି । ଆଉ ଭାରତରେ ହେବାକୁ ଯାଉଛି ସବୁଠାରୁ ବଡ଼ ଭାସମାନ ସୌର ବିଦ୍ୟୁତ ଉତ୍ପାଦନ । ଜଳର ଉପର ଭାଗରେ ସୋଲାରପ୍ଲାଣ୍ଟକୁ ବିଛା ଯାଇ ବିଦ୍ୟୁତ ସଂଗ୍ରହ କରାଯାଉଛି । ୧୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତେଲେଙ୍ଗାନାରେ ହେଉଛି ଏହି ପ୍ରୋଜେକ୍ଟ । ଯାହା କି ଆସନ୍ତା ମାସରେ କାର୍ଯ୍ୟକ୍ଷମ ହେବା ନେଇ କୁହାଯାଇଛି । ତେଲେଙ୍ଗାନାର ପଡ଼ୋପଲ୍ଲୀ ଜିଲ୍ଲାର ରାମାଗୁଣ୍ଡମ ଜିଲ୍ଲା ଠାରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରର ଜଳଭଣ୍ଡାରରେ ଶକ୍ତି କନଗ୍ଲୋମେରେଟ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଦ୍ୱାରା ଏହି ପ୍ରକଳ୍ପ କରାଯାଉଛି । ତେବେ ଏହି ଭାସମାନ ସୌର ବିଦ୍ୟୁତ ପ୍ଲାଣ୍ଟ ୪୫୦ ଏକରରୁ ଅଧିକ ଜଳସ୍ତର ଉପରେ ବ୍ୟାପିଛି । ଏବଂ ଭବିଷ୍ୟତରେ ଏହାକୁ ଆହୁରି ବିସ୍ତୃତ କରିବା ଭଳି ସୁବିଧା ମଧ୍ୟ ରଖାଯାଇଛି ।

ତେବେ ଏନଟିପିସି ଦକ୍ଷିଣ ଅଞ୍ଚଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଭି ଆନନ୍ଦ କହିଛନ୍ତି ଯେ, ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ସ୍ଥାନରେ ଦେଶର ସର୍ବବୃହତ ଭାସମାନ ସୌର ବିଦ୍ୟୁତ ପ୍ଲାଣ୍ଟ ହେବାକୁ ଯାଉଛି ।Floating solar power plantଏହି ପ୍ରକଳ୍ପକୁ ୪୨୩କୋଟି ଯଙ୍କା ବ୍ୟୟରେ ତିଆରି କରାଯାଇଥିବା ମଧ୍ୟ କୁହାଯାଇଛି । ସେହିପରି ଦେଶର ଅନ୍ୟ ତାପଜ ବିଦ୍ୟୁତ କେନ୍ଦ୍ରରେ ବି ଏହା ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଦକ୍ଷିଣ ଅଞ୍ଚଳରେ ସମୁଦାୟ ୪୫୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏନଟିପିସି ଯୋଜନା କରିଛି । ଏଥିମଧ୍ୟରୁ ୨୧୭ମେଗାୱାଟ ପ୍ଲାଣ୍ଟ ଜଳସ୍ତର ଉପରେ ଭାସମାନ କରାଯିବ । କେରଳର କାୟାକୁଲମ ଗ୍ୟାସପ୍ଲାଣ୍ଟରେ ୯୨ ମେଗାୱାଟ ଭାସମାନ ୟୁନିଟ ଏବଂ ବିଶାଖପାଟଣାର ସିମହାଦ୍ରି ପାୱାର ପ୍ଲାଣ୍ଟରେ ୨୫ମେଗାୱାଟ ୟୁନିଟସ୍ନିର୍ମାଣ ହେବାର ଯୋଜନା ରଖାଯାଇଛି । ତେବେ ଆଗରୁ କେରଳର କାୟାକୁଲମ ଏବଂ ଗୁଜୁରାଟର କାୱାସ୍ରେ ଏହି ପ୍ରୋଜେକ୍ଟ ସଫଳତାର ସହ ଶେଷ ହେବା ପରେ ଏହି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଥିଲା ଏନଟିପିସି ।

କରୋନା ମହାମାରୀ ପାଇଁ ଏହାର କାର୍ଯ୍ୟ ସାମାନ୍ୟ ପଛାଇ ଯାଇଥିଲା । ତେବେ ଆସନ୍ତା ମାସରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି । ଆଉ ଏହାଦ୍ୱାରା ଜଳ ସ୍ୱଚ୍ଛ ହେଉଥିବା ମଧ୍ୟ ନଜରରେ ଆସିଛି । ତେବେ ଭାସମାନ ସୌର ବିଦ୍ୟୁତକୁ ନେଇ ଏବେ ଚାହିଦା ବଢ଼ୁଛି । କମ୍ପାନିର ସୁବିଧା ହେତୁ ଜଳସ୍ତର ଉପର ଭାଗରେ ଏଭଳି ପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନିଆଯାଉଛି । ତେବେ ଜଳ ଉପରେ ଏହା କରାଯିବା ଦ୍ୱାରା ଥଣ୍ଡା ପାଇଁ ଫୋଟୋଭୋଲ୍ଟିକ ପ୍ୟାନେଲ ଗୁଡ଼ିକର କାର୍ଯ୍ୟ ଦକ୍ଷତା ୫ରୁ ୧୦ ପ୍ରତିଶତ ବୃଦ୍ଧି ପାଇଥାଏ । ଯାହାକି ସ୍ୱଳ୍ପ ବ୍ୟୟ ବହୁଳ । ତେବେ ଭବିଷ୍ୟତରେ ବିଶ୍ୱର ସବୁଠାରୁ ବଡ଼ ସୋଲାର ପ୍ଲାଣ୍ଟ ଭାରତରେ ହେବାକୁ ଯାଉଛି । ମଧ୍ୟପ୍ରଦେଶର ଖଣ୍ଡ୍ୱା ଜିଲ୍ଲା ନର୍ମଦା ନଦୀର ଓମକାରେଶ୍ୱର ଡ୍ୟାମରେ ଏହା ହେବାକୁ ଯାଉଛି ।

Leave A Reply

Your email address will not be published.