Masthead

ପରିସ୍ଥିତି ଦେଖି ଅନଲକ ହେବ ଓଡିଶା

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ରାଜ୍ୟରେ କରୋନା ଗ୍ରାଫ ଏବେ ତଳ ମୁହାଁ । ପରିସ୍ଥିତିକୁ ନଜରରେ ରଖି ସରକାର ଅନଲକ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୁଇ ଦିନ ପରେ ରାଜ୍ୟରେ ପୁଣି ୬ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୫୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୨ହଜାର ୪୧୬କୁ ବୃଦ୍ଧି ପାଇଛି ।

ଏମାନଙ୍କ ମଧ୍ୟରୁ ୭ଲକ୍ଷ ୭୨ହଜାର ୯୭୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬ହଜାର ୨୨୬ ରହିଛି । ତେବେ ଏହି ସମୟରେ କରୋନା ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ନ ଆସିବା ଚିନ୍ତା ସୃଷ୍ଟି କରିଛି । ଗତ ମେ ମାସରେ ରାଜ୍ୟରେ କରୋନା ୭୧୧ ଜଣଙ୍କର ଜୀବନ ନେଇଛି । ଜୁନ ମାସ ଆରମ୍ଭରୁ ଦୈନିକ ମୃତ୍ୟ ସଂଖ୍ୟା ୪୦ ଉପରେ । ଗତ ୧୧ ଭିତରେ ରାଜ୍ୟରେ ଗଲାଣି ୪୫୬ ଟି ଜୀବନ । ସ୍ୱାସ୍ଥ୍ୟ ବିଭାଗ ଏହି ରିପୋର୍ଟ ଦେଉଥିଲା ବେଳେ କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଦାବି ହେଉଛି । ଆଉ ଏକ ଚିନ୍ତା ଜନକ ତଥ୍ୟ ହେଉଛି, କରୋନାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଜୀବନ ତିନି ଗୁଣା ଅଧିକ ଯାଇଛି ।

ବିଶେଷଜ୍ଞଙ୍କ ମତରେ ପରୁଷଙ୍କ ତୁଳନାରେ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ । ବର୍ତମାନ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ମଧ୍ୟରୁ ୬୪ ପ୍ରତିଶତ ପୁରୁଷ ଥିବାବେଳେ ୩୬ ପ୍ରତିଶତ ମହିଳା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୨୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଯାଇଛି ୪୩ ଜଣଙ୍କ ଜୀବନ । ପୁର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି ଏବେ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ଡିଏମଇଟି କହିଛନ୍ତି ଯେ, ପୂର୍ବରୁ ଅଧିକ ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମିଛି । ମୃତ୍ୟୁ ସଂଖ୍ୟା ବି ଆଗକୁ କମିବ। ସଂଖ୍ୟ କମିବା ଭାବି ଲୋକ ଯଦି ସଚେତନ ନହେଲେ ବିପଦ ଆହୁରି ବଢିପାରେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନର ଅବଧି ଯଦି ଅହୁରି ବଢେ ତେବେ ବୁଲା ବେପାରି ଏବଂ ଗରିବ ଲୋକେ ଅନେକ ହଇରାଣ ହେବେ । ଅନଲକ୍ ପ୍ରକ୍ରିୟା ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଉଛି। ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ହେବ ବୋଲି ସେ କହିଛନ୍ତି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼