Masthead

ଆଜି ସଂସଦରେ ଆସିବ ବଜେଟ, ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସଂସଦରେ ଆଗତ ହେବ ବଜେଟ । ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରର ଦ୍ବିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଆଗକୁ ନିର୍ବାଚନ ଆସୁଥିବାରୁ କାମଚଳା ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଏ ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ବିଶେଷ କରି ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକରା। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦାମ କମାଇବା ସହ ଆୟକରରେ ରିହାତି ଦେବାର ଆଶା କରାଯାଉଛି।

କୃଷି କ୍ଷେତ୍ରକୁ ବଜେଟ୍‌ରେ ପ୍ରାଧାନ୍ୟ ମିଳିବା ସମ୍ଭାବନା । ୭% ହାରରେ ଅଭିବୃଦ୍ଧି ଜାରି ରଖିବାକୁ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ସହ ଏମଏସଏମଇ ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛି ପଦକ୍ଷେପ ନିଆଯାଇପାରେ। ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆୟକର ସ୍ଲାବ ଉପରେ ନଜର । ରେଲୱେ ଉପରେ ରେକର୍ଡ ବ୍ୟୟବରାଦ ନେଇ ସମସ୍ତେ ଆଶାବାଦୀ । ଆଜି ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି