Masthead

ନିବେଶକଙ୍କ ମୁଣ୍ଡରେ ଚଡ଼କ, ହରାଇଲେ ୧୦ ଲକ୍ଷ କୋଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ଆଦାନୀ ଗ୍ରୁପ ସମ୍ବନ୍ଧୀୟ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିବା ପରେ ଭାରତରେ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।ବିବାଦରେ ଅଛନ୍ତି ଶିଳ୍ପପତି ଗୌତମ ଆଦାନୀ । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସମ୍ପତ୍ତି ଅଧାରୁ କମ୍ ହୋଇଯାଇଛି। ଆଦାନୀ ଗ୍ରୁପ୍ ର ସେୟାର ପ୍ରତିଦିନ ହ୍ରାସ ପାଉଛି । ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି। ନିକଟରେ ଆଦାନି କଂପାନିର ସେୟାରରେ ୫୮ ପ୍ରତିଶତ ଭଳି ହ୍ରାସ ଘଟିଛି।

ସେଥିପାଇଁ ନିବେଶକମାନଙ୍କ ସମ୍ପତ୍ତି ହ୍ରାସ ପାଇଛି। ଆଦାନି ଗ୍ରୁପ୍‌ ଷ୍ଟକ ମୂଲ୍ୟରେ ହେରଫେର ଓ ଆକାଉଣ୍ଟ୍‌ ଜାଲିଆତି କରୁଥିବା ନେଇ ‌ହିଣ୍ଡେନ୍‌ବର୍ଗ ରିପୋର୍ଟ ଅଭିଯୋଗ କରିବା ପରେ ଭାରତୀୟ ଷ୍ଟକ ବଜାର ଅସ୍ଥିର ହୋଇପଡ଼ିଛି। ନିବେଶକମାନେ ଆଦାନିର ବିଭିନ୍ନ କଂପାନିର ସେୟାରକୁ ବିକ୍ରି କରୁଥିବାରୁ ସେଗୁଡ଼ିକର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ହିଣ୍ଡେନ୍‌ବର୍ଗର ସମସ୍ତ ଅଭିଯୋଗକୁ ଆଦାନି ଗ୍ରୁପ୍ ଦୃଢ଼ ଭାବେ ଖଣ୍ଡନ କରିବା ସତ୍ତ୍ବେ ନିବେଶକମାନଙ୍କୁ ତାହା ଶାନ୍ତ କରିପାରୁନାହିଁ।

ଷ୍ଟକ ବଜାରରେ ସ୍ଥିରତା ବଜାୟ ରଖିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନିର ସେୟାରଗୁଡ଼ିକ ଉପରେ ନଜର ରଖିଛି। ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଆମେ କାମ କରୁଛୁ ବୋଲି କହିଥିବା ବେଳେ ରିଜର୍ଭ ବ୍ୟାଙ୍କ କହିଛି ଯେ ଭାରତୀୟ ବ୍ୟାଙ୍କ ଶିଳ୍ପ ବେଶ ଦୃଢ଼ ରହିଛି। ଆଦାନି କଂପାନିର ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଦ୍ବାରା ବ୍ୟାଙ୍କ ଶିଳ୍ପ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ପରୋକ୍ଷରେ ଏହା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨