ତୁର୍କୀରେ ଭୟଙ୍କର ଭୂମିକମ୍ପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୁର୍କୀରେ ଭୟଙ୍କର ଭୂମିକମ୍ପ । ଅନେକ କୋଠାବାଡ଼ି ଧ୍ୱଂସ । ୨ ଥର ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛୀ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ଥିବାବେଳେ ୧୫ ମିନିଟ ପରେ ଆଉ ଏକ କମ୍ପନ ଅନୁଭୂତ ହୋଇଥିଲା । ତାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ୟୁଏସଜିଏସ ସୂଚନା ଦେଇଛି । ସୋମାବାର ସକାଳୁ ଦକ୍ଷିଣ ତୁର୍କୀରେ ଭୂମିକମ୍ପ ହୋଇଛି । ‘ୟୁଏସ୍‌ଜିଏସ୍‌’ ତଥ୍ୟା ଅନୁସାରେ, ଗାଜିଆନତେପ୍‌ ପ୍ରଦେଶର ନୁର୍ଦାଗି ନଗରୀର ପୂର୍ବକୁ ୨୬ କିଲୋମିଟର୍‌ ଦୂରରେ ଭୂଗର୍ଭର ୧୭.୯ କି.ମି. ଅଭ୍ୟନ୍ତରରେ ପ୍ରଥମ ଭୂମିକମ୍ପ ହୋଇଥିଲା। ଏହାର କିଛି ସମୟ ପରେ କେନ୍ଦ୍ରୀୟ ତୁର୍କୀରେ ଭୂଗର୍ଭର ୯.୯ କିଲୋମିଟର୍‌ ଅଭ୍ୟନ୍ତରରେ ଦ୍ବିତୀୟ ଭୂମିକମ୍ପ ହୋଇଥିଲା।ଏହି ଭୂମିକମ୍ପ ଅନେକ କୋଠାବାଡ଼ି ଧ୍ବଂସ ହୋଇଯିବା ସହିତ ବହୁ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିଲେ ସୁଦ୍ଧା ସରକାରୀ ଭାବେ କୌହଣସି ସୂଚନା ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ