Masthead

ଆଗୁଆ ସରିଲା, ଆସିଲେନି ମୁଖ୍ୟମନ୍ତ୍ରୀ: ବିଧାନସଭା ଇତିହାସରେ ରେକର୍ଡ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଯାଇଛି। ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ହେଲେ ବିଧାନସଭା ଅଧିବେଶନ ଆରମ୍ଭରୁ ଆଜି ଶେଷ ଯାଏ ଗୃହକୁ ଆସିଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବିଧାନସଭା ଇତିହାସରେ ଏକ ନୂଆ ରେକର୍ଡ। କୋଭିଡ କଟକଣା ଯୋଗୁ ବିଧାନସଭା ଅଧିବେଶନ ବସିବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନ ଥିଲା। ଲୋକସଭାକୁ ଅନୁସରଣ କରି ବିଧାନସଭାର ବ୍ୟବସ୍ଥା କରାଗଲା। କଡ଼ା କଟକଣା ମଧ୍ୟରେ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେଲା।

ଏହି ଅଧିବେଶନରେ ମୋଟ  ୮ଟି କାର୍ଯ୍ୟ ଦିବସ ରହିଥିଲା। ସମସ୍ତ ବିଭାଗୀୟ ପ୍ରସଙ୍ଗ ଆଲୋଚନା କରାଯିବା ସହ ଏଥର ୭ଟି ବିଲ୍ ଆଗତ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି ରହିଥିଲା। ଦ୍ୱିତୀୟ ଦିନ ଗୃହ ଚାଲିଥିଲା। ତୃତୀୟ ଦିନ ଗୃହରେ ହଟ୍ଟଗୋଳ ଯୋଗୁ ବିବାଦ ରହିଥିଲା। ଚତୁର୍ଥ ଦିନରେ ଗୃହରେ କେତେକ ପ୍ରସଙ୍ଗ ଉଠିଥିଲା। ପଞ୍ଚମ ଦିନ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ଯୋଗୁ ବନ୍ଦ ରହିଥିଲା। ଷଷ୍ଠ ଓ ଆଜି ସପ୍ତମ ଦିନରେ ଗୃହ ସ୍ୱାଭାବିକ ଥିଲା। ଆଜି ସରକାର ବିଲ ପରେ ବିଲ ଆଗତ କଲେ ଆଉ ବିରୋଧୀ ବିରୋଧ କଲେ।

ହେଲେ ସଂଖ୍ୟାରେ ଅଧିକ ଥିବା ଶାସକ ଦଳର ସମର୍ଥନରେ ବିଲ ପାରିତ ହେଲା। ପୂର୍ବରୁ ସଂକ୍ରାମକ ରୋଗ ସଂଶୋଧନ ବିଲ ଓ ନ୍ୟାୟାଳୟ ଫିସ୍ ସଂଶୋଧନ ବିଲ ପାରିତ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ସଂଶୋଧନ ବିଲ ପାରିତ ହୋଇଗଲା। ଆହୁରି ଗୋଟିଏ କାର୍ଯ୍ୟଦିବସ ବାକି ରହିଥିଲା। ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସେଥିରେ ଉଠି ପାରିଥାନ୍ତା। ମାତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି।

ଏଥର ବିଧାନସଭା ଅଧିବେଶନ ବିଧାନସଭା ଇତିହାରେ ଏକ ରେକର୍ଡ। ଅଧିବେଶନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୃହକୁ ଆସିଲେ ନାହିଁ ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ରହି ଗୃହ କାର୍ଯ୍ୟରେ ସାମିଲ ହେଲେ। ଭିଡିଓ ସ୍କ୍ରିନରେ ଗୃହରେ ଶାସକ ଦଳ ଓ ବିରୋଧୀଙ୍କ ଗତିବିଧି ଉପର ନଜର ରଖୁଥିଲେ। ସବୁକିଛି ଘରେ ବସି ଦେଖିଲେ ମୁଖ୍ୟମନ୍ତ୍ରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ