Masthead

ଗୁଜୁରାଟଠୁ ହାରି ପ୍ଲେ ଅଫରୁ ବାଦ ପଡିଲା ଆରସିବି

ବାଙ୍ଗାଲୋର(ବଡ଼ ଖବର ବ୍ୟୁରୋ): ଆଇପିଏଲ ସଂସ୍କରଣର ଅନ୍ତିମ ଲିଗ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଥିଲେ । ଗୁଜରାଟ ଠାରୁ ୬ ୱିକେଟରେ ହାରି ପ୍ଲେ ଅଫରୁ ବାଦ ପଡିଲା ଆରସିବି । ବିରାଟ କୋହଲିଙ୍କ ଶତକ ସତ୍ତ୍ୱେ ପରାସ୍ତ ହୋଇ ପ୍ଲେ ଅଫରୁ ବାଦ ପଡିଛି ବାଙ୍ଗାଲୋର । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ ବ୍ୟାଟିଂ କରି ଆରସିବି ୫ ୱିକେଟ ହରାଇ ୧୯୭ ରନ କରିଥିଲା । ବିରାଟ କୋହଲି ଅପରାଜିତ ୧୦୧ ରନ କରିଥିଲେ । ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଗୁଜୁରାଟ ୬ ୱିକେଟରେ ବିଜୟ ହାସଲ କରି ନେଇଥିଲା ।

ଶୁଭମନ ଗିଲ ୫୨ ବଲରେ ଅପରାଜିତ ୧୦୪ ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭଲ ଆରମ୍ଭ କରିଥିଲା ବାଙ୍ଗାଲୋର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୬୭ ରନ ଯୋଡ଼ିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି । ତେବେ ୧୯ ବଲରୁ ୫ ଚୌକା ବଳରେ ୨୮ ରନ କରି ପ୍ରଥମେ ପାଭିଲିୟନ ଫେରିଥିଲେ ଡୁପ୍ଲେସିସ । ଏହାପରେ ମାତ୍ର ୧୧ ରନ କରି ମାକ୍ସେୱ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ମିଚେଲ ବ୍ରେସୱେଲ ବିରାଟ କୋହଲିଙ୍କର ଭରପୁର ସାଥ ଦେଇଥିଲେ । ସେ ୧୬ ବଲରୁ ୫ ଚୌକା ବଳରେ ୨୬ ରନ କରି ଆଉଟ ହୋଇଥିଲେ । ହେଲେ ଅନ୍ୟପଟେ ବିରାଟ କୋହଲି ନିଜର ସୁପ୍ରିମ ଫର୍ମରେ ବ୍ୟାଟିଂ ଜାରି ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ