Masthead

ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କଲା ଲକ୍ଷ୍ନୌ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ସହଜ ବିଜୟ । ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କଲା ଲକ୍ଷ୍ନୌ। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ କ୍ୟାପ୍ଟେନ କେ.ଏଲ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ ସୁପର କିଙ୍ଗସ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି ଓ ମୋଇନ ଅଲ୍ଲିଙ୍କ ଅବଦାନ ବଳରେ ଦଳ ବଡ଼ ସ୍କୋର୍ କରିବାରେ ସଫଳ ହୋଇଥିଲା। ଜାଡେଜା ୪୦ ବଲରେ ୫୭ ରନ୍ କରିଥିବା ବେଳେ ଧୋନୀ ୯ ବଲରେ ୨୮ ଏବଂ ଅଲ୍ଲି ୩୦(୨୦) ରନ୍ କରିଥିଲେ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୩୬(୨୪), ଋତୁରାଜ ଗାଏକ୍ୱାଡ ୧୭(୧୩), ଶିବମ ଦୁବେ ୩(୮), ସମୀର ରିଜଭି ୧(୫) ରନ୍ କରିଥିଲେ। ୧୭୭ ରନର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସହଜରେ ବିଜୟ ହାସଲ କରିନେଇଛି। ପ୍ରାରମ୍ଭରୁ ଦୁଇ ଓପନର କ୍ୱିଣ୍ଟନ ଡିକକ୍ ଏବଂ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ୧୩୪ ରନର ଭାଗିଦାରୀ ଯୋଡିଥିଲେ। ଏହି ସମୟରେ ଡିକକ ୫୪(୪୩) ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଡିକକ୍ ପାଭିଲିଅନ ଫେରିଥିଲେ ମଧ୍ୟ ଦଳ ଉପରେ ବିଶେଷ ପ୍ରଭାବ ପଡିନଥିଲା। କେ.ଏଲ ରାହୁଲ ବଡ଼ ବଡ଼ ଶର୍ଟ୍ସ ଖେଳି ରନ୍ ଯୋଡି ଚାଲିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା