Masthead

ଆଜି ମୁମ୍ବାଇର ବିଜୟଧାରାକୁ ଅଟକାଇ ପାରିବ କି ପଞ୍ଜାବ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜିନର ୩୬ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ। ରୋହିତ ଶର୍ମାଙ୍କୁ ଟକ୍କର ଦେବେ କେ.ଏଲ୍. ରାହୁଲ। ଉଭୟ ଦଳ ଆଜି ସେମାନଙ୍କ ନବମ ମ୍ୟାଚ ଦୁବାଇରେ ଖେଳିବେ। ଚଳିତ ସିଜିନରେ ମୁମ୍ବାଇ ଦମଦାର ପ୍ରଦର୍ଶନ କରି ୮ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ପଞ୍ଜାବ ୮ଟି ମ୍ୟାଚରୁ ୨ଟି ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ଆଇପିଏଲ ଇତିହାସରେ ଉଭୟ ଦଳ ୨୫ଥର ସାମ୍ନାସାମ୍ନି ହୋଇଛନ୍ତି। ମୁମ୍ବାଇ ୧୪ଥର ଏବଂ ପଞ୍ଜାବ ୧୧ଥର ବିଜୟୀ ହୋଇଛନ୍ତି। ଚଳିତ ସିଜିନରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ପଞ୍ଜାବକୁ ୪୮ରନରେ ପରାସ୍ତ କରିଛି। ଆଜିର ମ୍ୟାଚକୁ ପଞ୍ଜାବ ଜିତି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଆଗକୁ ଥିବା ସମସ୍ତ ମ୍ୟାଚ ପଞ୍ଜାବ ପାଇଁ କର ବା ମର ସ୍ଥିତିରେ ରହିଛି। ପଏଣ୍ଟ ଟେବୁଲରେ ଟପ-୪ ଦଳ ମଧ୍ୟରେ ରହିବାକୁ ହେଲେ ପଞ୍ଜାବ ସମସ୍ତ ମ୍ୟାଚ ଜିତିବା ଆବଶ୍ୟକ। ଅପରପକ୍ଷରେ ମୁମ୍ବାଇ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି। ଆଜିର ମ୍ୟାଚ ଜିତି ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଯିବାକୁ ଚେଷ୍ଟା କରିବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ