ଝାଡ଼ୁ ଧରି ରାସ୍ତା ସଫାକଲେ ଟ୍ରାଫିକ୍ କନଷ୍ଟେବଲ

କଟକ, (ବଡ଼ ଖବର ବ୍ୟୁରୋ): ଜଣେ ଟ୍ରାଫିକ କର୍ମଚାରୀଙ୍କ ହାତ କେବଳ ଯେ ସିଗନାଲ ଦେବ ତାହା ନୁହେଁ ଝାଡ଼ୁ ବି ଧରିପାରେ। ଆମେ କହୁଛୁ କଟକ ଶିଖରପୁର ଛକରେ ମୁତୟନ ହୋଇଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କ ମହାନୀୟତା ବିଷୟରେ। ସେ ହାତରେ ଝାଡ଼ୁ ଧରି ରାସ୍ତା ସଫା କରିଛନ୍ତି। କଟକ ଶିଖରପୁର ଟ୍ରାଫିକ ପୋଷ୍ଟ ପାଖରେ ଏମିତି ଦୃଶ୍ୟ ଦେଖି ସମ୍ପୃକ୍ତ ଟ୍ରାଫିକ କର୍ମଚାରୀଙ୍କୁ ସାବସୀ ଦେଇଛନ୍ତି ଦେଖେଣାହାରୀ। ଏହାର ଭିଡିଓ ଭାଇରାଲ ହେବା ପରେ ଝାଡ଼ୁ ମାରୁଥିବା ଟ୍ରାଫିକ୍ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ବାହାବା ମିଳୁଛି। ଶିଖରପୁର ଛକ ରାସ୍ତାରେ ବାଲି, ଗୋଡ଼ି, ଚିପ୍ସ ପଡ଼ି ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିଲା। ସେଠାରେ ମୁତୟନ ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଝାଡ଼ୁରେ ସେଗୁଡ଼ିକୁ ସଫା କରିଥିଲେ। ପୂର୍ବରୁ ଏକ ଦ୍ରୁତଗାମୀ ଟ୍ରକ୍ ଆଗରୁ ଚାରିଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପୋଲିସ କମିଶନରଙ୍କଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ ଲଳିତ। ଲଳିତଙ୍କ ଏଭଳି ପ୍ରୟାସ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ନିଶ୍ଚୟ ଆଉ ଆମେ ବି କହିବୁ ବାଃ ଲଳିତ ବାଃ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!