Masthead

୭୭ ରନରେ ଜିତିଲା ଚେନ୍ନାଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇପିଏଲ ୨୦୨୩ର ୬୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୨୩ ରନ କରିଥିବାବେଳେ ୧୪୬ ରନ କରି ଅଟକି ଯାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ୭୭ ରନର ବଡ଼ ବିଜୟ ସହିତ ଚଳିତ ସଂସ୍କରଣର ଲିଗ୍‌ ଯାତ୍ରା ଶେଷ କରିଛି ଚେନ୍ନାଇ । ଏହା ସହିତ ଗୁଜରାଟ ପରେ ଦ୍ୱିତୀୟ ଟିମ୍ ଭାବେ ପ୍ଲେ ଅଫରେ ପହଞ୍ଚିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା ।

ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୧୪୧ ରନ ଯୋଡ଼ିଥିଲେ ଦୁଇ ପ୍ରାରମ୍ଭିକ ବ୍ୟାଟର । ଏହାପରେ ୫୦ ବଲରୁ ୭ ଛକା ଓ ୩ ଚୌକା ବଳରେ ୭୯ ରନ କରି ଚେତନ ସାକରିୟାଙ୍କ ବଲରେ ପାଭିଲିୟନ ଫେରିଥିଲେ ଋତୁରାଜ ଗାଏକୱାଡ । ତେବେ ଧାର୍ୟ୍ୟ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିଥିଲା। ଡିସି ପକ୍ଷରୁ ଡେଭିଡ ୱାର୍ନର ୮୬ ରନ କରିଥିବାବେଳେ ୟଶ ଧୁଲ ୧୩ ରନ, ଅକ୍ଷର ପଟେଲ ୧୫ ରନ କରିଥିଲେ। ସିଏସକେ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୭୯ ରନ କରିଥିବାବେଳେ ଡେଭୋନ କୋନଓ୍ବେ ୮୭ ରନ, ଶିବମ ଦୁବେ ୨୨ ରନ, ଏମଏସ ଧୋନି ୫ ରନ ,ରବିନ୍ଦ୍ର ଜାଡେଜା ୨୦ ରନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ