Masthead

ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ । ପେପର୍‌-୧ ଓ ପେପର୍‌-୨ ପରୀକ୍ଷା ସ୍ଥଗିତ ରଖାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ସ୍ଥଗିତ ରଖାଯାଇଛି । ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ ତାରିଖ ଘୋଷଣା କରିବ। ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତେ । ସ୍ଥଗିତ ଫଳରେ ୭୫ ହଜାର ଶିକ୍ଷକ ନିରାଶ ହୋଇଛନ୍ତି ।

ସ୍ପେଶାଲ ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା କାହିଁକି ସ୍ଥଗିତ ରଖାଯାଇଛି ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଛି । ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ଗତକାଲି ରାତିରେ ସୋସିଆଲ ମିଡିଆରେ ହାତଲେଖା ପ୍ରଶ୍ନପତ୍ର ଓ ଉତ୍ତର ଘୁରି ବୁଲିଥିଲା । ଏହା ସେହି ପ୍ରଶ୍ନପତ୍ର ଓ ଉତ୍ତର କି ନୁହେଁ ତାହା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ବିଳମ୍ବିତ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି